ଓଡିଶା

odisha

ETV Bharat / state

ପିଲାଙ୍କ ଭବିଷ୍ୟତକୁ ନେଇ ଖେଳ, ଅନ୍ଧାରରେ ଚାଲିଛି ଖାତା ମୂଲ୍ୟାୟନ ଓ ପରୀକ୍ଷା - ନବରଙ୍ଗପୁରରେ ପିଲାଙ୍କ ଭବିଷ୍ୟତକୁ ନେଇ ଖେଳ

ନବରଙ୍ଗପୁର ମହାବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା । ଅନ୍ଧାରରେ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବାବେଳେ ମୂଲ୍ୟାୟନମଧ୍ୟ ଅନ୍ଧାରରେ ଚାଲିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ପିଲାଙ୍କ ଭବିଷ୍ୟତକୁ ନେଇ ଖେଳ, ଅନ୍ଧାରରେ ଚାଲିଛି ଖାତା ମୂଲ୍ୟାୟନ ଓ ପରୀକ୍ଷା
ପିଲାଙ୍କ ଭବିଷ୍ୟତକୁ ନେଇ ଖେଳ, ଅନ୍ଧାରରେ ଚାଲିଛି ଖାତା ମୂଲ୍ୟାୟନ ଓ ପରୀକ୍ଷା

By

Published : Jun 20, 2022, 8:11 PM IST

ନବରଙ୍ଗପୁର: ପିଲାଙ୍କ ଭବିଷ୍ୟତକୁ ନେଇ ଚାଲିଛି ଖେଳ । ଅନ୍ଧାରରେ ପରୀକ୍ଷା ଦେଉଛନ୍ତି ଯୁକ୍ତ ତିନି ଛାତ୍ରଛାତ୍ରୀ । କେବଳ ଏତିକି ନୁହେଁ ମୋବାଇଲର ଫ୍ଲାସ ଲାଇଟରେ ଯୁକ୍ତ ଦୁଇ କଳା ଦ୍ବିତୀୟ ବର୍ଷର ଖାତାର ମୂଲ୍ୟାୟନ ଚାଲିଛି । ଏଭଳି ସାଙ୍ଘାତିକ ଦୃଶ୍ୟ ନବରଙ୍ଗପୁର ମହାବିଦ୍ୟାଳୟରେ ଦେଖିବାକୁ ମିଳିଛି ।

ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଫାଇନାଲ ପରୀକ୍ଷାର ଓଡ଼ିଆ ଖାତା ଏବଂ ଅର୍ଥନୀତି ଖାତାକୁ ଅଧ୍ୟାପକ ମାନେ ମୋବାଇଲର ଫ୍ଲାସ ଲାଇଟ ମାରି ମୂଲ୍ୟାଙ୍କନ କରୁଥିବା ଦେଖିବାକୁ ମିଳିଛି । ଏଥିସହ ଆଜି ଯୁକ୍ତ ତିନି ପ୍ରଥମ ବର୍ଷର ୩ଟି ମହାବିଦ୍ୟାଳର ୫୧୫ ଜଣ ଛାତ୍ରଛାତ୍ରୀ ସେମାନଙ୍କ ଅନର୍ସ ପରୀକ୍ଷା ଅନ୍ଧାରରେ ଲେଖିଥିଲେ । ଏହିଭଳି ୩ ଘଣ୍ଟାର ପରୀକ୍ଷାରୁ ପ୍ରାୟ ୨ ଘଣ୍ଟା ଅନ୍ଧାରରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

ଏହିଭଳି ଅବ୍ୟବସ୍ଥା ନବରଙ୍ଗପୁର ମବିଦ୍ୟାଳୟରେ ଦେଖିବାକୁ ମିଳିଛି । ପରୀକ୍ଷାର୍ଥୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା କହିଛନ୍ତି । ଗତ ୧୦ ଦିନ ଧରି ନବରଙ୍ଗପୁର ମହାବିଦ୍ୟାଳୟରେ ବିଦ୍ୟୁତ ନାହିଁ । ବିଦ୍ୟତ ସଂଯୋଗ ତାର ଛିଣ୍ଡି ପଡିଛି । ୩ଟି କରେଣ୍ଟ ପୋଲ ଭାଙ୍ଗି ଯାଇଥିବା ବେଳେ ନବରଙ୍ଗପୁର ବିଦ୍ୟୁତ ବିଭାଗକୁ ମହାବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି କିନ୍ତୁ କାମ ହେଉନି । ଅସ୍ଥାୟୀ ବିଦ୍ୟୁତ ସଂଯୋଗରେ କାମ ଚାଲିଛି । ଇତି ମଧ୍ୟରେ ମହାବିଦ୍ୟାଳୟରେ ଯୁକ୍ତ ତିନି ପରୀକ୍ଷା ସାଙ୍ଗକୁ ଯୁକ୍ତ ଦୁଇ ଶେଷ ବର୍ଷର ଖାତା ମୂଲ୍ୟାୟନ ବି ଚାଲିଛି ।

ଆଗକୁ ପୁଣି ପରୀକ୍ଷା ଅଛି । ପରୀକ୍ଷାର୍ଥୀମାନେ ଅନ୍ଧାର ଭିତରେ କେମିତି ପରୀକ୍ଷା ଦେବେ ଏହି ବିଷୟରେ ଆମେ ନବରଙ୍ଗପୁର ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ପଚାରିବାରୁ ସେ ବିଦ୍ୟୁତ ବିଭ୍ରାଟ କାରଣରୁ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି । ଏହା ସହ ସବୁ କିଛି ଠିକ ଚାଲିଛି । ଏପଟେ ପରୀକ୍ଷାର୍ଥୀ ଅନ୍ଧାରରେ ଠିକ ଭାବେ ଉତ୍ତର ଲେଖୁ ପାରିନଥିବା କହିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

For All Latest Updates

TAGGED:

ABOUT THE AUTHOR

...view details