ନବରଙ୍ଗପୁର: ଶିକ୍ଷା କ୍ଷେତ୍ରରେ ବହୁତ ପଛୁଆ ନବରଙ୍ଗପୁର ଜିଲ୍ଲା । ଏହାସହ ବର୍ତ୍ତମାନ ଧିରେ ଧିରେ ଭୁଷୁଡିବାରେ ଲାଗିଲାଣି ଶିକ୍ଷା ବ୍ୟବସ୍ଥା । ଏଠାରେ ଥିବା ବିଦ୍ୟାଳୟରେ ପିଲାଙ୍କୁ ପାଠପଢା ବଦଳରେ ସେମାନଙ୍କୁ କୁଲି କରି କାମରେ ଲଗାଯାଉଛି ।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମା ସରକାରୀ ପଞ୍ଚାୟତ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ । ଏଠାରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଆଦେଶ ଅନୁସାରେ ସ୍କୁଲରେ ପଢୁଥିବା ନବମ ଶ୍ରେଣୀର ଆଦିବାସୀ ଛାତ୍ର ଲୁହା ଖଟ ବୋହୁଥିବା ଦେଖିବାକୁ ମିଳିଛି । ସରକାର ବିଜ୍ଞାନ, ଗଣିତ ଏବଂ ଇଂରାଜୀ ପାଠକୁ ଗୁରୁତ୍ବ ଦେବା ବେଳେ ଏଠାରେ କିନ୍ତୁ ଗଣିତ ପାଠ ପଢା ସମୟରେ ଛାତ୍ରମାନଙ୍କୁ କୁଲି କାମରେ ନିୟୋଜିତ କରିଛନ୍ତି ।