ଓଡିଶା

odisha

ETV Bharat / state

ନବରଙ୍ଗପୁରରେ ହେବ କ୍ରୀଡାର ବିକାଶ - କ୍ରୀଡାର ବିକାଶ

ନବରଙ୍ଗପୁରରେ କ୍ରୀଡାର ବିକାଶ ପାଇଁ ଅଣ୍ଟି ଭିଡିଛି ଜିଲ୍ଲା ପ୍ରଶାସନ । ଏନେଇ କ୍ରୀଡ଼ା ସଂଘ ଓ କ୍ରିକେଟ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଷ୍ଟାଡିୟମ ଠାରେ ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

ନବରଙ୍ଗପୁରରେ ହେବ କ୍ରୀଡାର ବିକାଶ
ନବରଙ୍ଗପୁରରେ ହେବ କ୍ରୀଡାର ବିକାଶ

By

Published : Jul 16, 2021, 8:56 AM IST

ନବରଙ୍ଗପୁର:ଜିଲ୍ଲା କ୍ରୀଡ଼ାର ବିକାଶ ପାଇଁ ଅଣ୍ଟି ଭିଡିଛି ଜିଲ୍ଲା ପ୍ରଶାସନ । ଏ ନେଇ ଜିଲ୍ଲା କ୍ରୀଡ଼ା ସଂଘ ଓ କ୍ରିକେଟ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଷ୍ଟାଡିୟମ ଠାରେ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ କ୍ରୀଡ଼ା ସଙ୍ଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀଙ୍କ ସଭାପତିତ୍ବ କରିଛନ୍ତି । ଯୁବ ବ୍ୟାପାର କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ।

ଜିଲ୍ଲା ସ୍ତରରେ କ୍ରୀଡ଼ାର ଭିତ୍ତିଭୂମିର ଯଥାସମ୍ଭବ ଉନ୍ନତି ନିମନ୍ତେ ପ୍ରୟାସ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କ୍ରୀଡାମନ୍ତ୍ରୀ । ସେହିପରି ଅନ୍ୟତମ ଅତିଥି ଭାବରେ ଯୋଗ ଦେଇ ଲୋକସଭା ସଦସ୍ୟ ରମେଶ ମାଝୀ ଉମରକୋଟ ଅଞ୍ଚଳରେ ଫୁଟବଲ ପାଇଁ ଯଥେଷ୍ଟ ସମ୍ଭାବନା ଅଛି ବୋଲି କହିଛନ୍ତି । ସେହିପରି ଜିଲ୍ଲାପାଳ ତଥା ଜିଲ୍ଲା କ୍ରୀଡ଼ା ସଙ୍ଘର ସଭାପତି ଡକ୍ଟର ଅଜିତ କୁମାର ମିଶ୍ର ନିଜ ବକ୍ତବ୍ୟ ଦେବା ଅବସରରେ ଷ୍ଟାଡିୟମରେ ଥିବା ବାସ୍କେଟବଲ ପଡ଼ିଆର ଉନ୍ନତି ନିମନ୍ତେ ଦେଢ଼ ଲକ୍ଷ ଟଙ୍କା ଦେବା ପାଇଁ କହିଛନ୍ତି ।

ଆୟୋଜିତ ବୈଠକରେ ରମେଶ ମାଝୀ ନିଜସ୍ବ ପାଣ୍ଠିରୁ ଟଙ୍କା ଦେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଝରିଗାଁ ବିଧାୟକ ପ୍ରକାଶ ମାଝୀ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରାଇତ, ଜିଲ୍ଲା କ୍ରୀଡ଼ା ଅଧିକାରୀ ମହେନ୍ଦ୍ର ସାହୁ, ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ଓକିଲ ସଂଘର ସଭାପତି ଆଶିଷ ରଞ୍ଜନ ପଟ୍ଟନାୟକ ପ୍ରମୁଖ ନିଜ ବକ୍ତବ୍ୟ ଦେଇଥିଲେ ।


ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details