ନବରଙ୍ଗପୁର: ଧାନ,ମକା, ଆଖୁ ଓ ନୀଳଗିରି ଗଛ ଭଳି ପାରମ୍ପରିକ ଚାଷ ଛାଡି ଏବେ ଲେମନ ଗ୍ରାସ ଚାଷ କରିବାକୁ ଇଛା ପ୍ରକାଶ କରୁଛନ୍ତି ନବରଙ୍ଗପୁର ଜିଲ୍ଲାର ଚାଷୀମାନେ। ଖୁବ କମ ଖର୍ଚ୍ଚରେ ଅଧିକ ଅମଳ ହେଉଥିବା ଲେମନ ଗ୍ରାସ ଚାଷ ପ୍ରତି ଚାଷୀ ବେଶ ଆକର୍ଷିତ ହେଉଥିବା ଦେଖିବାକୁ ମିଳୁଛି। ନବରଙ୍ଗପୁର ଜିଲ୍ଲାର ପାହାଡିଆ ଉଚ୍ଚା ଡଙ୍ଗର ପଡିଆ ଜମିରେ ଦିନେ କିଛି ଫଳୁ ନଥିଲା ହେଲେ ଆଜି ଚାରିଆଡେ ପୁରା ଘାସର ସବୁଜ ବନାନୀ ପାଲଟିଛି। ଅନ୍ୟ ଚାଷ ଅପେକ୍ଷା ଲେମନ ଗ୍ରାସ ଚାଷ କରିବାକୁ ଚାଷୀଙ୍କୁ କମ ପରିଶ୍ରମ ଓ ଅଳ୍ପ ଖର୍ଚ୍ଚରେ ଚାଷ ହେଉଥିବାରୁ ବିଶେଷ କରି ଯୁବ ଚାଷୀମାନେ ଚାଷ କରୁଛନ୍ତି। ଥରେ ଚାଷ କରି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଅମଳ ହେଉଥିବା ଲେମନ ଗ୍ରାସ ଚାଷ ଅନ୍ୟ ଏକ ଅର୍ଥକାରୀ ଫସଲ ଭାବେ ଉଭା ହୋଇଛି ନବରଙ୍ଗପୁର ଜିଲ୍ଲାରେ।
ଅନ୍ତର୍ଜାତୀୟ ବଜାରରେ ଲେମନ ଗ୍ରାସ ଡିମାଣ୍ଡ, ଥରେ ଚାଷ କରି ମାଲାମାଲ ଚାଷୀ - ସ୍ବଳ୍ପ ମୂଲ୍ୟରେ ଲେମନ ଗ୍ରାସ ଚାଷ
ନବରଙ୍ଗପୁର ଜିଲ୍ଲାର ପାହାଡିଆ ଉଚ୍ଚା ଡଙ୍ଗର ପଡିଆ ଜମିରେ ଦିନେ କିଛି ଫଳୁ ନଥିଲା ହେଲେ ଆଜି ଚାରିଆଡେ ପୁରା ଘାସର ସବୁଜ ବନାନୀ ପାଲଟିଛି। ଅନ୍ୟ ଚାଷ ଅପେକ୍ଷା ଲେମନ ଗ୍ରାସ ଚାଷ କରିବାକୁ ଚାଷୀଙ୍କୁ କମ ପରିଶ୍ରମ ଓ ଅଳ୍ପ ଖର୍ଚ୍ଚରେ ଚାଷ ହେଉଥିବାରୁ ବିଶେଷ କରି ଯୁବ ଚାଷୀମାନେ ଏହି ଚାଷ କରୁଛନ୍ତି।
କୃଷି ବିଭାଗ ତରଫରୁ ବିଭିନ୍ନ ଯୋଜନାରେ ମାଗଣାରେ ଏହି ଲେମନ ଗ୍ରାସ ବିହନ ଆକାରରେ ଯୋଗାଇ ଦିଆଯାଇଛି ଓ ଏହାର ଫାଇଦା ନେଇଛନ୍ତି ଯୁବ ଚାଷୀ । ଗତ ଦୁଇ ବର୍ଷ ମଧ୍ୟରେ ପ୍ରତିବର୍ଷ ଶହେ ଏକର ଲେମନ ଗ୍ରାସ ଚାଷ କରାଯାଉଥିବା ଜଣାପଡ଼ିଛି।ଖୁବ କମ ଦିନରେ ଏହି ଚାଷ ଲୋକପ୍ରିୟ ହେବାରେ ଲାଗିଛି। ଯୁବ ଚାଷୀମାନେ ଲେମନ ଗ୍ରାସ ଚାଷ କରିବାକୁ ଆଗ୍ରହୀ ଥିବା ଜଣାପଡିଛି।
ଲେମନ ଗ୍ରାସ ଚାଷ ନବରଙ୍ଗପୁର ମାଟିରେ ସୁହାଉ ଥିବା ଓ କମ ଟଙ୍କା ମୂଳ ପୁଞ୍ଜି ବିନିଯୋଗ କରି ଅଧିକ ଲାଭ ହେଉ ଥିବାରୁ ଏହି ଲେମନ ଗ୍ରାସ ଚାଷ ପ୍ରତି ଆକୃଷ୍ଟ ହୋଇ ଅଧିକରୁ ଅଧିକ ଯୁବ ଚାଷୀ ଚାଷ କରିବା ଜିଲ୍ଲା ପାଇଁ ଏକ ଶୁଭଙ୍କର ସୂଚନା।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ