ଓଡିଶା

odisha

ETV Bharat / state

କୋରୋନା ସଂକ୍ରମିତ ବାପାଙ୍କ ମୃତ୍ୟୁ ପରେ ମେଡିକାଲରେ 2 ପୁଅଙ୍କ ଭଙ୍ଗାରୁଜା

ଚିକିତ୍ସାଧୀନ ଅବସ୍ଥାରେ କୋରୋନା ସଂକ୍ରମିତ ବାପାଙ୍କ ମୃତ୍ୟୁ ପରେ ମେଡିକାଲ ପରିସରରେ ଦୁଇ ପୁଅଙ୍କ ଭଙ୍ଗାରୁଜା । ନବରଙ୍ଗପୁର କୋଭିଡ ହସ୍ପିଟାଲର ଘଟଣା । ଅଧିକ ପଢନ୍ତୁ...

covid hospital
covid hospital

By

Published : May 16, 2021, 7:10 AM IST

ନବରଙ୍ଗପୁର:ଚିକିତ୍ସାଧୀନ ଅବସ୍ଥାରେ ବାପାଙ୍କ ମୃତ୍ୟୁ ପରେ ପୁଅଙ୍କ ଉନ୍ମତ୍ତ କାଣ୍ଡ । ମେଡିକାଲ ପରିସରରେ ବ୍ୟାପକ ଭଙ୍ଗାରୁଜା କରିବା ସହ ମହାପ୍ରୟାଣ ଗାଡିର କାଚ ଭାଙ୍ଗିଥିବା ଅଭିଯୋଗ । ନବରଙ୍ଗପୁରସ୍ଥିତ କୋଭିଡ ହସ୍ପିଟାଲ ପରିସରରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ, ଶୁକ୍ରବାର ଦିନ ନବରଙ୍ଗପୁର ସହରର ଜଣେ ବ୍ୟକ୍ତି କୋଭିଡରେ ଆକ୍ରାନ୍ତ ହୋଇ ନବରଙ୍ଗପୁର କୋଭିଡ ମେଡିକାଲରେ ଭର୍ତ୍ତି ହୋଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଅପରାହ୍ନ ୪ ଟାରେ ତାଙ୍କ ମୃତ୍ୟ ଘଟିଥିଲା । ମୃତ୍ୟୁ ଖବର ପରିବାର ଲୋକଙ୍କୁ ଦିଆଯିବା ସହ ମହାପ୍ରୟାଣ ଗାଡିରେ ମୃତଦେହ ନେଇ ସତ୍କାର କରାଯିବାର ବ୍ୟବସ୍ଥା କରାଯାଇଥିଲା । ଠିକ ଏହି ସମୟରେ ମୃତ ବ୍ୟକ୍ତିଙ୍କ ଦୁଇ ପୁଅ ପହଞ୍ଚି ଭଙ୍ଗାରୁଜା ଆରମ୍ଭ କରିଦେଇଥିଲେ । ଉତ୍ତେଜନା ଖବର ପାଇ ପୋଲିସ ପହଞ୍ଚି ଦୁଇ ପୁଅଙ୍କୁ ଥାନାରେ ଅଟକ ରଖିଛି । ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଭାସ୍କର ରାଇତ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details