ନବରଙ୍ଗପୁର : ପାରିବାରିକ ମନୋମାଳିନ୍ୟର କରୁଣ ପରିଣତିର ଏକ ଉଦାହଣ ଦେଖିବାକୁ ମିଳିଛି । ପୁଅଟି ଅନ୍ୟ ଏକ ଜାତିର ଝିଅକୁ ବାହା ହେଇଗଲା ବୋଲି ମାର ଆତ୍ମହତ୍ୟା କଲା ମା । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ।
ମିଳିଥିବା ସୂଚନା ଅନୁଯାୟୀ ରାଇଘର ନିକଟସ୍ଥ ଭାରଶୁଣ୍ଡି ଗ୍ରାମର ଶୋଭା ମାଲିଙ୍କ ବଡ଼ ପୁଅ ଅନ୍ୟ ଏକ ଜାତିର ଝିଅ କୁ ବିବାହ କରି ଅନ୍ୟତ୍ର ରହୁଥିଲେ। କିନ୍ତୁ ମା ଶୋଭା ମାଳି ଏଥିରେ ଘୋର ଅସନ୍ତୋଷ ପ୍ରକଟ କରି ଦୀର୍ଘ ବର୍ଷେ ହେବ ସୋନପୁର ଘରେ ନ ରହି ସମର୍କିୟ ଙ୍କ ଘରେ ରହି ଆସୁଥିଲେ। ଗତ ୩ ମାସ ହେଲା ଉମରକୋଟ ଡିଏନକେରେ ରହୁଥିବା ଭାଇଙ୍କ ଘରେ ରହୁଥିଲେ। ତେବେ କାଲି ସେ ଗାଁ ଅଭିମୁଖେ ଆସିଥିବାବେଳେ ଖବର ଆସିଲା ଉମରକୋଟ ଠାରୁ ମାତ୍ର ୧ କିଲୋମିଟର ଦୂରରେ ଥିବା ୧ ନ ୱାର୍ଡରେ ଆସୁଥିବା ଦର୍ଗୁଗୁଡା ଗ୍ରାମରେ ନିକଟରେ ଏକ ନିମ୍ବ ଗଛରେ ନିଜେ ଗୁଡେଇ ଥିବା ସ୍କାର୍ପ ରେ ବେକରେ ଭିଡ଼ି ଆତ୍ମହତ୍ୟା କରିଛନ୍ତି ।