ଓଡିଶା

odisha

ମୂର୍ତ୍ତି ଉଦଘାଟନରେ ମନ୍ତ୍ରୀ, କୁନି ଝିଅ କାଟିଲା ଫିତା

By

Published : Jan 26, 2020, 8:35 PM IST

ନବରଙ୍ଗପୁରରେ 71ତମ ସାଧାରଣତନ୍ତ୍ର ଦିବସରେ ଯୋଗ ଦେବା ପାଇଁ ଆସିଥିବା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ସଦାଶିବ ତ୍ରିପାଠୀ ଓ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତିକୁ ଅନାବରଣ କରିଛନ୍ତି । ଅଧିକ ପଢନ୍ତୁ...

skill-development-and-technology-minister-visit-nabarangpur
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ନବରଙ୍ଗପୁର ଗସ୍ତ

ନବରଙ୍ଗପୁର: 71ତମ ସାଧାରଣତନ୍ତ୍ର ଦିବସରେ ଯୋଗ ଦେବା ପାଇଁ ଆସିଥିବା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ସହର ମାଝୀଗୁଡା ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତିକୁ ଅନାବରଣ କରିଛନ୍ତି । ମୂର୍ତ୍ତି ଅନାବରଣ ଅବସରରେ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏକ ଛୋଟ ବାଳିକା ମନ୍ତ୍ରୀ ଙ୍କୁ ଫିତା କାଟିବା ପାଇଁ କଇଁଚି ଦେବା ସମୟରେ ମନ୍ତ୍ରୀ ସେହି ବାଳିକାକୁ ହିଁ ଫିତା କାଟିବା ପାଇଁ କହିଥିଲେ । ସେହି ବାଳିକା ଦ୍ବାରା ହିଁ ଫିତା କାଟି ପ୍ରତିମୂର୍ତିକୁ ଅନାବରଣ କରାଯାଇଥିଲା ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ନବରଙ୍ଗପୁର ଗସ୍ତ

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନବରଙ୍ଗପୁର ମାଟିର ସନ୍ତାନ ଡ. ସଦାଶିବ ତ୍ରିପାଠୀଙ୍କ ଏକ ପୂର୍ଣ୍ଣାଙ୍ଗ ମୂର୍ତ୍ତିର ସ୍ଥାପନ କରିଥିଲେ । ପାର୍କ ଭିତରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏକ ଅଧା ମୂର୍ତ୍ତି ସ୍ଥାପିତ ହୋଇଥିଲା ତେବେ ସଦାଶିବଙ୍କ ପରିବାର ତରଫରୁ ଏକ ପୂର୍ଣ୍ଣାଙ୍ଗ ମୂର୍ତ୍ତି ସ୍ଥାପନ କରିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଅନେକ ଥର ଦାବି କରିଥିଲେ । ଯାହାକୁ ଜିଲ୍ଲା ପ୍ରଶାସନ ପୂରଣ କରି ସଦାଶିବଙ୍କ ପୂର୍ଣ୍ଣାଙ୍ଗ ମୂର୍ତ୍ତି ସ୍ଥାପନ କରିଛନ୍ତି ।

ସେହିପରି ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ନବରଙ୍ଗପୁର ପୋଲିସ ବିଭାଗ ତରଫରୁ ରକ୍ତ ଅଭାବରେ କେହି ମୃତ୍ୟୁ ବରଣ ନକରନ୍ତୁ ଲକ୍ଷ୍ୟ ନେଇ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପୋଲିସ ପଡିଆ ଠାରେ ଆୟୋଜିତ ଏହି ଶିବିରକୁ ମନ୍ତ୍ରୀ ଉଦଘାଟନ କରିଛନ୍ତି । ଏହି ଅବସରରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲ୍ଳାପାଳ ଅଜିତ କୁମାର ମିଶ୍ର,ଏବଂ ଆରକ୍ଷୀ ଅଧୀକ୍ଷକ ନିତିନ କୁଶଳକର ଯୋଗ ଦେଇଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details