ନବରଙ୍ଗପୁର: କୋରୋନା ସଂକ୍ରମଣ ରୋକିବାକୁ ପାପଡାହାଣ୍ଡି ସଦର ବ୍ଲକରେ ସାପ୍ତାହିକ ସଟଡାଉନ ଦ୍ୱିତୀୟ ସପ୍ତାହରେ ପହଞ୍ଚିଛି l ଶନିବାର ଓ ରବିବାର ଜନଗହଳି ପୂର୍ଣ୍ଣ ପାପଡାହାଣ୍ଡି ଗାଁ ଶୂନ୍ୟ ହୋଇ ପଡିଥିଲା l ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା l
ସଟଡାଉନ ଯୋଗୁଁ ଖାଁ ଖାଁ ପାପଡାହାଣ୍ଡି - ସଟଡାଉନ ଯୋଗୁଁ ଖାଁ ଖାଁ ପାପଡାହାଣ୍ଡି
ଗତ 26 ଦିନ ମଧ୍ୟରେ ପାପଡାହାଣ୍ଡି ବ୍ଲକରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 133ରେ ପହଞ୍ଚିଛି l କେବଳ ପାପଡାହାଣ୍ଡି ବ୍ଲକ ସଦର ମହକୁମାରୁ 55 ଜଣ ଚିହ୍ନଟ ହୋଇଛନ୍ତି l
![ସଟଡାଉନ ଯୋଗୁଁ ଖାଁ ଖାଁ ପାପଡାହାଣ୍ଡି ସଟଡାଉନ ଯୋଗୁଁ ଖାଁ ଖାଁ ପାପଡାହାଣ୍ଡି](https://etvbharatimages.akamaized.net/etvbharat/prod-images/768-512-8962547-thumbnail-3x2-dcasc.jpg)
ସଟଡାଉନ ଯୋଗୁଁ ଖାଁ ଖାଁ ପାପଡାହାଣ୍ଡି
ସଟଡାଉନ ଯୋଗୁଁ ଖାଁ ଖାଁ ପାପଡାହାଣ୍ଡି
ନବରଙ୍ଗପୁର ଓ କଳାହାଣ୍ଡି ଏବଂ ଛତିଶଗଡର ମୂଖ୍ୟ ପ୍ରବେଶ ଦ୍ୱାର ପାପଡାହାଣ୍ଡିରେ କୋରୋନା ସଂକ୍ରମଣ ବ୍ୟାପୁଥିବାରୁ ଲୋକେ ମଧ୍ୟ ଭୟଭୀତ ହୋଇପଡିଛନ୍ତି l ଗତ 26 ଦିନ ମଧ୍ୟରେ ପାପଡାହାଣ୍ଡି ବ୍ଲକରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 133ରେ ପହଞ୍ଚିଛି l କେବଳ ପାପଡାହାଣ୍ଡି ବ୍ଲକ ସଦର ମହକୁମାରୁ 55 ଜଣ ଚିହ୍ନଟ ହୋଇଛନ୍ତି l ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ପାପଡାହାଣ୍ଡି ବଣିକ ସଂଘ ଓ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରତି ସପ୍ତାହର ଶନିବାର ଓ ରବିବାର ଦୋକାନ ବଜାର ବନ୍ଦ କରିବାକୁ ନିଷ୍ପତି ନିଆଯାଇ ସଟଡାଉନ ଘୋଷଣା କରାଯାଇଥିଲା l
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ