ଓଡିଶା

odisha

ETV Bharat / state

ଝରିଗାଁ ବିଧାୟକଙ୍କ ଗିରଫ ଦାବି, ବ୍ଲକ୍ କାର୍ଯ୍ୟାଳୟ ଘେରାଉ କଲା ବିଜେପି - ଝରିଗାଁ ବିଧାୟକଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ

ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀଙ୍କ ବିରୁଦ୍ଧରେ ଯୌନ ଶୋଷଣ ଅଭିଯୋଗ । ବିଧାୟକଙ୍କ ଗିରଫ ଦାବିରେ ବ୍ଲକ୍ କାର୍ଯ୍ୟାଳୟ ଘେରାଉ କଲା ବିଜେପି । ଅଧିକ ପଢନ୍ତୁ

ଝରିଗାଁ ବିଧାୟକଙ୍କ ଗିରଫ ଦାବି, ବ୍ଲକ୍ କାର୍ଯ୍ୟାଳୟ ଘେରାଉ କଲା ବିଜେପି
ଝରିଗାଁ ବିଧାୟକଙ୍କ ଗିରଫ ଦାବି, ବ୍ଲକ୍ କାର୍ଯ୍ୟାଳୟ ଘେରାଉ କଲା ବିଜେପି

By

Published : May 6, 2022, 7:29 AM IST

ନବରଙ୍ଗପୁର: ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀଙ୍କ ବିରୁଦ୍ଧରେ ଯୌନ ଶୋଷଣ ଅଭିଯୋଗ । ବିଧାୟକଙ୍କ ଗିରଫ ଦାବି ଏବଂ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସମସ୍ୟା ତଥା ଦୁର୍ନୀତି ବିରୁଦ୍ଧରେ ଉମରକୋଟରେ ବ୍ଲକ୍ କାର୍ଯ୍ୟାଳୟ ଘେରାଉ କଲା ବିଜେପି ।

ଝରିଗାଁ ବିଧାୟକଙ୍କ ଗିରଫ ଦାବି, ବ୍ଲକ୍ କାର୍ଯ୍ୟାଳୟ ଘେରାଉ କଲା ବିଜେପି

ବିଧାୟକ ନିତ୍ୟାନନ୍ଦ ଗଣ୍ଡ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି କି, ‘ଦେବଗଡ଼ ବିଧାୟକଙ୍କୁ ପୋଲିସ ବିନା କୌଣସି ତଦନ୍ତରେ ଗିରଫ କରିଥିବା ବେଳେ ପ୍ରକାଶ ମାଝୀଙ୍କ କ୍ଷେତ୍ରରେ ଚୁପ୍ ବସିଛି ପୋଲିସ । କେଉଁ କାମ କରିବେ ନ କରିବେ ସେଥିପାଇଁ ସରକାରୀ କର୍ମଚାରୀଙ୍କ ଉପରେ ରାଜ୍ୟ ସରକାର ଚାପ ପକାଉଛନ୍ତି । ତେଣୁ ବିଜେପି ମଧ୍ୟ ଚାପ ଦେବା ପାଇଁ ଆସିଛି’ ।

ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ନେତୃତ୍ୱରେ ଶହ ଶହ ବିଜେପି କର୍ମୀ ଉମରକୋଟ ସ୍ଥିତ ପେଣ୍ଡ୍ରାଣୀ ମନ୍ଦିରରୁ ଏକ ବିଶାଳ ରାଲିରେ ବାହାରି ନାରାବାଜି କରି ସହର ପରିକ୍ରମା କରିବା ସହ ବ୍ଲକ୍ ଏବଂ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିଥିଲେ । ରାଜ୍ୟରେ ବିଭିନ୍ନ କାର୍ଯ୍ୟାଳୟରେ ଦୁର୍ନୀତି ଚରମ ସୀମାରେ ପହଞ୍ଚି ଥିବା ବେଳେ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ କେହି ନାହିଁ ବୋଲି ଅଭିଯୋଗ କରିଛନ୍ତି ବିଜେପି ନେତୃବୃନ୍ଦ ।

ଜିଲ୍ଲାର ୬୦ ପ୍ରତିଶତ ଲୋକ ଗରିବ ସୀମାରେଖା ତଳେ ଥିବା ବେଳେ ରାଜ୍ୟ ସରକାର ଲୋକଙ୍କୁ ମଦୁଆ କରି ରଖିଛନ୍ତି । ଅନ୍ୟପଟେ ଯୋଜନା ନାଁରେ ସରକାରୀ ଅର୍ଥକୁ ହରିଲୁଟ କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି । ସେହିପରି ବିଦ୍ୟୁତ ବଳକା ରାଜ୍ୟ ବୋଲି ଦାବି କରୁଥିବା ବିଜେଡି ସରକାର ଦିନକୁ ଦିନ ବିଦ୍ୟୁତ ଦର ବଢ଼ାଉଥିବା ବେଳେ ଦିନକୁ ଦିନ ବୃଦ୍ଧି ପାଉଛି ଅଘୋଷିତ ବିଦ୍ୟୁତ କାଟ । ଏହିପରି ବିଭିନ୍ନ ସମସ୍ୟାକୁ ନେଇ ବିଜେପି ପକ୍ଷରୁ ବ୍ଲକ୍ ଏବଂ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details