ଓଡିଶା

odisha

ETV Bharat / state

Special Development Council: ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ଦାୟିତ୍ୱ ନେଲେ ପ୍ରଦୀପ ମାଝୀ - ପ୍ରଦୀପ ମାଝୀଙ୍କ ଖବର

ଶୁକ୍ରବାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ (Special Development Council)ର ଉପଦେଷ୍ଟା ଭାବେ ଦାୟିତ୍ବ ନେଲେ ପ୍ରଦୀପ ମାଝୀ (Pradeep Majhi) । ଅକ୍ଟୋବର 9 ତାରିଖରେ ପୂର୍ବତନ ସାଂସଦ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରଦୀପ ମାଝୀଙ୍କୁ ରାଜ୍ୟ ସରକାର ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଥିଲେ । ଅଧିକ ପଢନ୍ତୁ

ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ଦାୟିତ୍ୱ ନେଲେ ପ୍ରଦୀପ ମାଝୀ
ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ଦାୟିତ୍ୱ ନେଲେ ପ୍ରଦୀପ ମାଝୀt

By

Published : Nov 3, 2022, 7:45 PM IST

Updated : Nov 4, 2022, 2:07 PM IST

ଭୁବନେଶ୍ବର: ସ୍ବତନ୍ତ୍ର ଉନ୍ନୟନ ପରିଷଦ (Special Development Council)ର ଉପଦେଷ୍ଟା ଭାବେ ଦାୟିତ୍ବ ନେଲେ ପ୍ରଦୀପ ମାଝୀ (Pradeep Majhi) । ଗତ ଅକ୍ଟୋବର 9 ତାରିଖରେ ପୂର୍ବତନ ସାଂସଦ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରଦୀପ ମାଝୀଙ୍କୁ ରାଜ୍ୟ ସରକାର ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଥିଲେ । ଉପଦେଷ୍ଟା ଭାବେ ପ୍ରଦୀପଙ୍କୁ ରାଜ୍ୟ ସରକାର ତରଫରୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧା ସୁଯୋଗ ମିଳିବ । ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ଦାୟିତ୍ବ ପାଇବା ପରେ ପ୍ରଦୀପ ଶୁକ୍ରବାର ପୂର୍ବାହ୍ନ 10.30ରେ ଭୁବନେଶ୍ବର ସିଆରପି ଛକ ସ୍ଥିତ ଓଡିଶା ଆଦିବାସୀ ମ୍ୟୁଜିୟମରେ ଥିବା କାର୍ଯ୍ୟାଳୟକୁ ଆସି ବିଧିବଦ୍ଧ ଭାବେ ଦାୟିତ୍ବ ନେଇଛନ୍ତି ।

ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ଦାୟିତ୍ୱ ନେଲେ ପ୍ରଦୀପ ମାଝୀ

ଏହାବି ପଢନ୍ତୁ- ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ, କଂଗ୍ରେସ ଛାଡିଲେ ପ୍ରଦୀପ ମାଝୀ

ସ୍ବତନ୍ତ୍ର ଉନ୍ନୟନ ପରିଷଦ କଣ?

ସ୍ବତନ୍ତ୍ର ଉନ୍ନୟନ ପରିଷଦ (Special Development Council) ହେଉଛି ରାଜ୍ୟର ଆଦିବାସୀଙ୍କ ପାଇଁ ଏକ ଉତ୍ସର୍ଗୀକୃତ ପରିଷଦ । ଏହା ରାଜ୍ୟରେ ବସବାସ କରୁଥିବା 62 ପ୍ରକାରର ଆଦିବାସୀଙ୍କ ପାଇଁ କାମ କରିଥାଏ । ଆଦିବାସୀଙ୍କ ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ତଥା ସାମୂହିକ ବିକାଶ ନିମନ୍ତେ ଏହି ପରିଷଦ ଗଠନ ହୋଇଛି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ, ଯେଉଁ ଜିଲ୍ଲାରେ 50 ପ୍ରତିଶତ ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରୁଥିବେ, ସେହି ଜିଲ୍ଲା ଗୁଡିକୁ ‘ସ୍ବତନ୍ତ୍ର ଉନ୍ନୟନ ପରିଷଦ’ ରେ ସାମିଲ କରାଯାଇଛି । ଏବେ ଏହି ପରିଷଦରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା, ଗଜପତି, କନ୍ଧମାଳ, ମୟୁରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ 9ଟି ଜିଲ୍ଲା ସାମିଲ ହୋଇଛନ୍ତି ।

ସ୍ବତନ୍ତ୍ର ଉନ୍ନୟନ ପରିଷଦର ଲକ୍ଷ୍ୟ...

ଗତ 2017 ସେପ୍ଚେମ୍ବର 21 ରେ ରାଜ୍ୟ ସରକାର ଆଦିବାସୀ ସମ୍ପ୍ରଦାୟଙ୍କ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଥିଲେ । ଏହି ପରିଷଦ ଆଦିବାସୀଙ୍କ କଳାସଂସ୍କୃତିର ପୁନଃରୁଦ୍ଧାର, ଧର୍ମପୀଠ, କ୍ଲବ ଘର ନିର୍ମାଣ, ପାରମ୍ପରିକ ବାଦ୍ୟଯନ୍ତ୍ର, ପୋଷାକ , ଖେଳକୁଦ, ଉତ୍ପାଦିତ ସାମଗ୍ରୀ ବିକ୍ରି ପାଇଁ ଆଦିବାସୀ ହାଟ ନିର୍ମାଣ ଆଦିର ମୂଳ ଲକ୍ଷ୍ୟ । ସର୍ବୋପରି ଆଦାବାସୀଙ୍କ ସମ୍ପୂର୍ଣ୍ଣ ବିକାଶ ହିଁ ପରିଷଦର ଲକ୍ଷ୍ୟ । ଏହାବାଦ ପରିଷଦ ଆଦିବାସୀଙ୍କ ବିକାଶ, ନୂଆ ଯୋଜନା କାର୍ଯ୍ୟକ୍ରମ ଓ ପଦକ୍ଷେପ ପାଇଁ ମଧ୍ୟ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥାଏ । ଏଥିପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ବଜେଟ ଘୋଷଣା କରିଥାନ୍ତି ।

ଏହାବି ପଢନ୍ତୁ- ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେଲେ ପ୍ରଦୀପ ମାଝୀ


ପରିଷଦର ସଦସ୍ୟ...

ସ୍ବତନ୍ତ୍ର ଉନ୍ନୟନ ପରିଷଦର ସଦସ୍ୟ ରାଜ୍ୟ ସରକାର ଚୟନ କରିଥାନ୍ତି । ନିୟମ ଅନୁସାରେ ପରିଷଦରେ ଉପଦେଷ୍ଟା, ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ସଦସ୍ୟ ରହିବେ । ଏହାସହ ବିଭିନ୍ନ ବିଭାଗର ସଚିବ ମାନେ ଏହାର ସଦସ୍ୟ ରହିପାରିବେ ।

ସୂଚନା ଯୋଗ୍ୟ ଯେ, ବିଗତ ଦିନରେ ରାଜ୍ୟ କଂଗ୍ରେସର ଜଣେ ଟାଣୁଆ ନେତା ଥିବା, ପ୍ରଦୀପ ମାଝୀ 2009ରେ ନବରଙ୍ଗପୁର ସଂସଦୀୟ କ୍ଷେତ୍ରରୁ ଲୋକସଭାକୁ ନର୍ବାଚିତ ହୋଇଥିଲେ । ପ୍ରଦୀପ ଦକ୍ଷିଣ ଓଡିଶାର ଜଣେ ଦକ୍ଷ ରାଜନେତା ଭାବେ ଜଣାଶୁଣା । ସେ ରାଜ୍ୟର ଆଦିବାସୀଙ୍କ ସ୍ବାର୍ଥ ରକ୍ଷା ପାଇଁ କାମ କରିଆସୁଛନ୍ତି ।

ପ୍ରଦୀପଙ୍କ ବିଜେଡିରେ ସାମିଲ...

ରାଜ୍ୟ କଂଗ୍ରେସ ବ୍ୟତୀତ ରାହୁଲ ଗାନ୍ଧୀଙ୍କ ବିଶ୍ବସ୍ତ ଥିବା ପ୍ରଦୀପ ମାଝୀ କିନ୍ତୁ ସମୟକ୍ରମେ କଂଗ୍ରେସ ଛାଡି ବିଜୁ ଜନତା ଦଳ (BJD) ରେ ସାମିଲ ହୋଇଛନ୍ତି । ଗତ ବର୍ଷ 22 ଅକ୍ଟୋବରରେ ପ୍ରଦୀପ କଂଗ୍ରେସ ଛାଡିଥିଲେ । 2021 ନଭେମ୍ବର 5 ରେ ବିଜୁ ଜନତା ଦଳରେ ନିଜ ସମର୍ଥକଙ୍କ ସହ ସାମିଲ ହୋଇଥିଲେ । ବିଜେଡିରେ ସାମିଲ ହେବାପରେ ପ୍ରଦୀପଙ୍କୁ ବିଜେଡି ଗତ ଜାନୁୟାରୀ 12 ରେ ବରିଷ୍ଠ ସାଧାରଣ ସମ୍ପାଦକ ଭଳି ଦଳୀୟ ସଂଗଠନରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଥିଲା । ପରେ ପ୍ରଦୀପ ଗତ ପଞ୍ଚାୟତ ନିର୍ବାଚନରେ ପୁରା ଦକ୍ଷିଣ ଓଡିଶାରେ ନିଜ ଦକ୍ଷତା ଦେଖାଇ ଦଳକୁ ବିପୁଳ ସଫଳତା ଆଣିଦେଇଥିଲେ ।

ପ୍ରଦୀପ ମାଝୀଙ୍କ ସମ୍ପର୍କରେ...

ଏକଦା ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ଥିବା ତଥା ଦକ୍ଷିଣ ଓଡିଶାର ଅନ୍ୟତମ ଆଦିବାସୀ ନେତା ପୂର୍ବତନ ରାଜ୍ୟସଭା ସାଂସଦ ଭଗବାନ ମାଝୀଙ୍କ ପୁଅ ହେଉଛନ୍ତି ପ୍ରଦୀପ ମାଝୀ । ଜଣେ ଉଚ୍ଚଶିକ୍ଷିତ ନେତା ଭାବେ ପରିଚିତ ପ୍ରଦୀପ 22 ଫେବୃୟାରୀ 1976ରେ ଜନ୍ମ ଗ୍ରହଣ କରିଥିଲେ । ଏହି 46 ବର୍ଷିୟ ରାଜନେତା ରାଜ୍ୟ ଓ ରାଜ୍ୟ ବାହାରେ ଦଳରେ ବେଶ ପରିଚିତ ଥିଲେ । ସାରା ରାଜ୍ୟରେ ତାଙ୍କର ଏକ ସ୍ବତନ୍ତ୍ର ସ୍ଥାନ ମଧ୍ୟ ରହିଆସିଛି ।

ଗଢିଥିଲେ ଗରୀବ ସେନା

ପ୍ରଦୀପ ମାଝୀ ବର୍ଷ 2005 ମସିହାରେ ପ୍ରାୟ 200 ଜଣ ଯୁବକଙ୍କୁ ସଂଗଠିତ କରି 'ଗରୀବ ସେନା' ନାମରେ ଏକ ସାମାଜିକ ସଂଗଠନ କରି ଝରିଗାଁ ବ୍ଲକରେ ଲୋକଙ୍କ ସମସ୍ୟାକୁ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ଆଉ ଏହା ହିଁ ଥିଲା ପ୍ରଦୀପ ମାଝୀଙ୍କ ରାଜନୈତିକ ମୂଳଦୁଆ ।

ରାଜନୈତିକ ଯାତ୍ରା...

ପ୍ରଦୀପ ମାଝୀଙ୍କ ପିତା ଭଗବାନ ମାଝୀ ଏକଦା ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ଥିଲେ । ଏପରିକି ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ । କହିବାକୁ ଗଲେ ପ୍ରଦୀପ ଉତ୍ତରାଧିକାରୀ ସୂତ୍ରରେ ରାଜନୀତି ପାଇଛନ୍ତି । ପ୍ରଦୀପ ବର୍ଷ 2005ରେ ପ୍ରାରମ୍ଭିକ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ନିଜର ସାମାଜିକ ସଂଗଠନ ଜରିଆରେ ଲୋକଙ୍କ ସେବା କରୁଥିବା ପ୍ରଦୀପ ବର୍ଷ 2007ରେ ଝରିଗାଁ ବ୍ଲକରୁ କଂଗ୍ରେସ ଟିକଟରେ ଜିଲ୍ଲା ପରିଷଦ ପ୍ରାର୍ଥୀଭାବେ ନିର୍ବାଚିତ ହୋଇ ପ୍ରଥମ ଥର ପାଇଁ ନବରଙ୍ଗପୁର ଜିଲ୍ଲା ପରିଷଦ ଚେୟାରମ୍ୟାନ ଭାବେ ନିର୍ବାଚିତ ହୋଇଥିଲେ । ପରେ 2009 ସାଧାରଣ ନିର୍ବାଚନରେ କଂଗ୍ରେସ ଦଳରୁ ସାଂସଦ ଟିକେଟ ପାଇ ନବରଙ୍ଗପୁର ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ୱୀତା କରି ପଞ୍ଚଦଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏହାସହ ପ୍ରଦୀପ ରାଜ୍ୟ ଯୁବ କଂଗ୍ରେସ ସଭାପତି ସମେତ ପିସିସି କାର୍ଯ୍ୟକାରୀ ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 4, 2022, 2:07 PM IST

ABOUT THE AUTHOR

...view details