ଓଡିଶା

odisha

ETV Bharat / state

ଭୋଟ ଗଣତି ପୂର୍ବରୁ ନବରଙ୍ଗପୁରରେ ସୁରକ୍ଷା କଡ଼ାକଡ଼ି

ଆସନ୍ତାକାଲି ପ୍ରକାଶ ପାଇବାକୁ ଯାଉଛି ନିର୍ବାଚନୀ ଫଳାଫଳ । ଏଥିଲାଗି ନବରଙ୍ଗପୁରରେ ଭୋଟ ଗଣନା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

By

Published : May 22, 2019, 11:13 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ରାତି ପାହିଲେ ଭୋଟ ଗଣତି ଆରମ୍ଭ ହେବ । ଏନେଇ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ବିଶେଷ କରି ଗଣତି କେନ୍ଦ୍ର ଏବଂ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ପ୍ରଥମ ଥର ଲାଗି ଟିର୍ଲିଆମ୍ଭଗୁଡା ମଡେଲ ଡିଗ୍ରୀ କଲେଜରେ ଗୋଟିଏ ଲୋକସଭା ଓ 4 ବିଧାନସଭା ଆସନ ଲାଗି ଭୋଟ ଗଣତି କରାଯିବ । ଏଠାରେ ଭିଭିପାଟ ଓ ଇଭିଏମ ଗୁଡିକୁ ସୁରକ୍ଷିତ ଭାବେ ରଖାଯାଇଥିବା ବେଳେ ଗଣତି ପାଇଁ 4ଟି ହଲ୍ ବ୍ୟବସ୍ଥା କରାଯାଇଛି । ପ୍ରତି ହଲ୍‌ରେ 14ଟି ଟେବୁଲ ହିସାବରେ ମୋଟ 56ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ସକାଳ 8ଟାରୁ ଗଣତି ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି ।

ଗଣତି ସମୟରେ ହଲ ଭିତରକୁ ମୋବାଇଲ, କ୍ୟାମେରା ଭଳି ଇଲେକ୍ଟ୍ରୋନିକ୍ସ ସରଞ୍ଜାମ ନେବା ଉପରେ ବାରଣ କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ 9 ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଏସପି ନୀତିନ କୁଳସେକର ଜଣାଇଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details