ଓଡିଶା

odisha

By

Published : Apr 4, 2021, 10:20 AM IST

Updated : Apr 4, 2021, 11:27 AM IST

ETV Bharat / state

କୋରୋନା ସଚେତନତା; ବାର୍ତ୍ତା ବାଣ୍ଟିଲେ ସ୍କୁଲ ଛାତ୍ରଛାତ୍ରୀ

ସାମାଜିକ ଦାୟିତ୍ତ୍ବବୋଧର ଏଭଳି ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ । ଯେଉଁଠି ଉମରକୋଟ ସ୍ଥିତ ଗୋଷ୍ଠୀ ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ କୋରୋନା ଓ ଅଂଶୁଘାତ ନେଇ ବାଣ୍ଟିଛ୍ତି ସଚେତନତା ବାର୍ତ୍ତା । ଅଧିକ ପଢନ୍ତୁ...

ସଚେତନତା ବାର୍ତ୍ତା ବାଣ୍ଟିଲେ ସ୍କୁଲ ଛାତ୍ରଛାତ୍ରୀ
ସଚେତନତା ବାର୍ତ୍ତା ବାଣ୍ଟିଲେ ସ୍କୁଲ ଛାତ୍ରଛାତ୍ରୀ

ନବରଙ୍ଗପୁର: ଗାଁଗାଁ ବୁଲି କୋରୋନା ସଚେତନତାର ବାର୍ତ୍ତା ଦେଉଛନ୍ତି ଛାତ୍ରଛାତ୍ରୀ । ସାମାଜିକ ଦାୟିତ୍ତ୍ବବୋଧର ଏଭଳି ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ । ଯେଉଁଠି ଉମରକୋଟ ସ୍ଥିତ ଗୋଷ୍ଠୀ ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଗାଁଗାଁ ବୁଲି ସାଧାରଣ ଲୋକଙ୍କୁ ମହାମାରୀ କୋରୋନା ଓ ଅଂଶୁଘାତର ସଚେତନତା ବାର୍ତ୍ତା ଦେଉଥିବା ଦେଖିବାକୁ ମିଳିଛି ।

ନବରଙ୍ଗପୁର ଉମରକୋଟ ସହରରେ ଥିବା ଜିଲ୍ଲାର ଏକମାତ୍ର ଗୋଷ୍ଠୀ ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର ପ୍ରାୟ 100 ଜଣ ଛାତ୍ରଛାତ୍ରୀ ନିଜ ସାମାଜିକ ଦାୟିତ୍ତ୍ବବୋଧର ପରିଚୟ ଦେଇ ଏକ ରାଲିରେ ବାହାରି ଥିଲେ । ଆଉ ହାତରେ ବିଭିନ୍ନ ପ୍ରକାରର ସଚେତନତା ବାର୍ତ୍ତା ଥିବା ପ୍ଲାକାର୍ଡ ଧରି ଉମରକୋଟ ସହର ଠାରୁ 2 କିଲୋମିଟର ଦୂରରେ ଥିବା ଚଢେଇଗୁଡା ଗ୍ରାମକୁ ଯାଇ ଲୋକଙ୍କୁ କୋରୋନା ଓ ଅଂଶୁଘାତ ଉପରେ ସଚେତନ କରାଇଛନ୍ତି ।

ଲୋକଙ୍କୁ ଟାଣ ଖରାରେ ଘରୁ ନବାହାରିବା, ମାକ୍ସ ବ୍ୟବହାର, ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦେବା ସଙ୍ଗେସଙ୍ଗେ ହାତରେ ଛତା ଓ ଓଦା ଗାମୁଛା ସାଙ୍ଗରେ ଧରି ଘରୁ ବାହାରିବାକୁ ଘର ଘର ବୁଲି ଲୋକଙ୍କୁ ବୁଝାଇଛନ୍ତି । ଏହାସହ ସାମାଜିକ ଦୂରତା ହିଁ କୋରୋନା ମୁକାବିଲା ପାଇଁ ଏକମାତ୍ର ଆଗୁଆ ପ୍ରସ୍ତୁତି ବୋଲି ଲୋକଙ୍କୁ ବୁଝାଉଥିବା କହିଛନ୍ତି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Apr 4, 2021, 11:27 AM IST

ABOUT THE AUTHOR

...view details