ଓଡିଶା

odisha

ETV Bharat / state

ଶିକ୍ଷୟିତ୍ରୀଙ୍କ ନାଁରେ ସାଂଘାତିକ ଅଭିଯୋଗ, ପିଲାଙ୍କୁ ବିଷ ଦେଇ ମାରିବାକୁ ଉଦ୍ୟମ ! - ଶିକ୍ଷୟିତ୍ରୀଙ୍କ ନାଁରେ ସାଂଘାତିକ ଅଭିଯୋଗ

ପିଲାଙ୍କ ମଧ୍ୟାହ୍ନ ଭୋଜନରେ ବିଷ ଦେଇ ମାରିବାକୁ ଉଦ୍ୟମ ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ଭାଟିସାଲଗୁଡା ବିଦ୍ୟାଳୟରୁ ଏଭଳି ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ଅଧିକ ପଢ଼ନ୍ତୁ

school staff allegation against teacher to attempt add poison in students food
ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ବିଷ ଦେଇ ମାରିବାକୁ ଉଦ୍ୟମ! ଶିକ୍ଷୟିତ୍ରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ

By

Published : Jul 29, 2022, 5:25 PM IST

ନବରଙ୍ଗପୁର: ପିଲାଙ୍କ ମଧ୍ୟାହ୍ନ ଭୋଜନରେ ବିଷ ଦେଇ ମାରିବାକୁ ଉଦ୍ୟମ ଅଭିଯୋଗ । ସ୍କୁଲ ରୋଷେୟା ଅଟକାଇବାରୁ ଶିକ୍ଷୟିତ୍ରୀ ଜଣକ ତାଙ୍କୁ ଗାଳିଗୁଳଜ କରିବା ସହ ମାଡ ମାରିଥିବା ନେଇ ଅଭିଯୋଗ କରିଛନ୍ତି । ନବରଙ୍ଗପୁର ଜିଲ୍ଲା ଭାଟିସାଲଗୁଡା ବିଦ୍ୟାଳୟରୁ ଏଭଳି ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ସ୍କୁଲରେ ମଧ୍ୟାହ୍ନ ଭୋଜନ ରୋଷେଇ ଚାଲିଥିବା ବେଳେ ଜଣେ ଶିକ୍ଷୟିତ୍ରୀ ମୂଷାମରା ଔଷଧ ପକାଇ ପିଲାଙ୍କ ଖାଦ୍ୟରେ ମିଶାଇବାକୁ ଧମକ ଦେଇଥିବା ନବରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ଶିକ୍ଷୟିତ୍ରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ, ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ବିଷ ଦେଇ ମାରିବାକୁ ଉଦ୍ୟମ

ଘଟଣା ମୁତାବକ, ଶିକ୍ଷୟିତ୍ରୀ ରଚିତା ରାଉତ ଗତ ୨୧ ଡିସେମ୍ବର 2021ରେ ଡେପୁଟେସନରେ ଆସି ଭାଟିସାଳଗୁଡା ସ୍କୁଲରେ ନିଯୁକ୍ତି ହୋଇଥିଲେ। ସେହି ଦିନଠାରୁ ସେ ସ୍କୁଲରେ ପାଗଳାମି କରୁଥିବା ନେଇ ପ୍ରଧାନ ଶିକ୍ଷୟିତ୍ରୀ ଅଭିଯୋଗ କରିଛନ୍ତି । ଶିକ୍ଷୟିତ୍ରୀ ରଚିତା ବାରମ୍ବାର ଛୁଟିରେ ଯିବାକୁ ଚାହୁଁଥିଲେ, ମାତ୍ର ପ୍ରଧାନ ଶିକ୍ଷୟିତ୍ରୀ ଛୁଟି ନଦେବାରୁ ପିଲାଙ୍କ ଉପରେ ରାଗ ସୁଝାଇ ଥିଲେ ଏବଂ ପରେ ପରିଚାଳନା କମିଟି ପାଖରେ ଭୁଲ ମଧ୍ୟ ମାଗିଥିଲେ । ଏହାପରେ ମଧ୍ୟ ସୁଧୁରି ନଥିଲେ ରଚିତା । ମୋବାଇଲରେ ଲାଇଭ ଭିଡିଓ କରି ସମସ୍ତଙ୍କୁ ଡରାଉ ଥିଲେ । ଗୁରୁବାର ମଧ୍ୟ ଭିଡିଓ କରି ପିଲାଙ୍କ ପାଇଁ ଖାଦ୍ୟ ବଢ଼ା ଯାଉଥିବା ସମୟରେ ମୂଷା ମରା ଔଷଧ ଖାଦ୍ୟରେ ମିଶେଇ ସମସ୍ତଙ୍କୁ ମାରିବାର ଧମକ ଦେଇଥିଲେ । ରୋଷେୟା ଏହାକୁ ବିରୋଧ କରିବାରୁ ତାଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିବା ନେଇ ରୋଷାୟା ଜଣକ ଅଭିଯୋଗ କରିଛନ୍ତି । ଏହି ଘଟଣା ନେଇ ସ୍କୁଲ ପରିଚାଳନା କମିଟି ଓ ଅନ୍ୟାନ୍ୟ କର୍ମଚାରୀ ନବରଙ୍ଗପୁର ଟାଉନ ଥାନାରେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶିକ୍ଷୟିତ୍ରୀ ରଚିତା । ଏପରିକି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି । ରଚିତା କହିଛନ୍ତି, " ପୂର୍ବ ଘଟଣାକୁ ନେଇ ପ୍ରଧାନ ଶିକ୍ଷୟିତ୍ରୀ ବାରମ୍ବାର ମୋତେ ଶାରିରୀକ ଏବଂ ମାନସିକ ନିର୍ଯାତନା ଦେଉଥିଲେ । ଦେହ ଅସୁସ୍ଥ ଥିଲେ ମଧ୍ୟ ଛୁଟି ପାଇଁ ଅନୁମତି ଦିଅନ୍ତି ନାହିଁ । ସ୍କୁଲରେ ପିଲାଙ୍କୁ କାମ କରାଉଥିବାରୁ ମୁଁ ଫୋନରେ ଏହା ରେକର୍ଡ କରିଥିଲି । ତେବେ ଏହି ଭିଡ଼ିଓ ଭାଇରାଲ ହେଲେ ଚାରିକିରୁ କାଢ଼ିଦେବେ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ବାରମ୍ବାର ଧମକ ଦେଉଥିଲେ" । ଏହି ସମ୍ପର୍କରେ ସ୍କୁଲ କର୍ମଚାରୀ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ସହ ଯୋଗାଯୋଗ କରିଛନ୍ତି । ତେଣୁ ଶୀଘ୍ର ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶିକ୍ଷା ଅଧିକାରୀ କହିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details