ନବରଙ୍ଗପୁର: ଜିଲ୍ଲାରେ ଓଡିଶା କଂଗ୍ରେସର ୧୦୦ ବର୍ଷ ପୂର୍ତ୍ତି (Hundred years of Odisha congress) ପାଳନ ହୋଇଛି । ଏହି ଅବସରରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ (Nabarangpur District Congress) ପକ୍ଷରୁ ସଂକଳ୍ପ ସମାବେଶ ଆୟୋଜନ କରାଯାଇଛି । ନବରଙ୍ଗପୁର ସହର ନୂତନ ମଣ୍ଡେଇ ପଡିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଂଗ୍ରେସ ନେତା କହ୍ନେୟା କୁମାର (Congress Leader Kanhaiya Kumar) ଓ ଗୁଜୁରାଟ ବିଧାୟକ ଜିଗ୍ନେଶ ମେୱାନି (Jignesh Mewani) ଅତିଥି ଭାବେ ଯୋଗଦେଇଛନ୍ତି ।
1921, 27 ଡିସେମ୍ବର ଆଜିର ଦିନରେ ଭାରତୀୟ ଜାତୀୟ କଂଗ୍ରେସର କୋଲକାତା ଅଧିବେଶନ ବସିଥିଲା । କାର୍ଯ୍ୟକ୍ରମରେ ଭାରତୀୟ ସ୍ବାଧୀନତା ଆନ୍ଦୋଳନ ଠାରୁ ଆରମ୍ଭ କରି ବର୍ତ୍ତମାନ ଯାଏଁ ଭାରତର ପୁନଃନିର୍ମାଣରେ କଂଗ୍ରେସର ଭୂମିକା ସମ୍ପର୍କରେ ବକ୍ତା ମାନେ ବର୍ଣ୍ଣନା କରିଥିଲେ । ରାଜ୍ୟରେ ଶାସନ କରୁଥିବା ବିଜେଡି ଓ କେନ୍ଦ୍ରରେ ବିଜେପି ଉଭୟ ସରକାର ଗରିବ , ଚାଷୀଙ୍କୁ ଲୋକଙ୍କୁ ଶୋଷଣ କରିବାରେ ଲାଗିଛନ୍ତି । ରାଜ୍ୟରେ ବିଜେଡିର ୨୫ ବର୍ଷ ଧରି ଶାସନ ଅମଳରେ ଗରିବ ଲୋକଙ୍କୁ ଶୋଷଣର ଶିକାର ହେବା ସହିତ ମହିଳା ମାନେ ଦୁଷ୍କର୍ମର ଶିକାର ହୋଇଛନ୍ତି । ମମିତା ମେହେର ହତ୍ୟାକାଣ୍ଡ ରେ ରାଜ୍ୟର ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସାମିଲ ଥିବା ବେଳେ ବିଜେଡି ସରକାର ତାଙ୍କୁ ଶରଣ ଦେଇଥିବା ନେତା ମାନେ କହିଛନ୍ତି । ଏହାସହିତ ବିଜେଡି, ବିଜେପିର ଡି ଟିମ୍ ବୋଲି କହିଛନ୍ତି କହ୍ନେୟା । ସେହିପରି ସରକାର ଚଲାଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବନ୍ଧୁ କହି ସିଧା ନିଶାନା ମାରିଛନ୍ତି କହ୍ନେୟା ।
ବିଜେଡିରେ ସାମିଲ ହୋଇଥିବା ପୂର୍ବତନ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କୁ ନକଲି ଆଦିବାସୀ ବୋଲି ସମ୍ବୋଧନ କରିଥିଲେ । ପ୍ରଦୀପ ମାଝୀ ଆଦିବାସୀ ଲୋକଙ୍କୁ ଶୋଷଣ କରିବା ସହିତ ସେମାନଙ୍କ ଭାବନାକୁ ଧକ୍କା ଦେଇ ବିଜେଡି ଦଳରେ ବିକ୍ରି ହୋଇଥିବା କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜେ ନିଜର କାମ ଠିକ ଭାବରେ କାମ କରିପାରୁନଥିବା ବେଳେ ତାଙ୍କ ପ୍ରାଇଭେଟ ସେକ୍ରେଟେରୀ ପାଣ୍ଡିଆନ ରାଜ୍ୟ ଶାସନ ଚଳାଉଥିବା ଅଭିଯୋଗ କରିଛନ୍ତି ନେତା ମାନେ । ସେଭଳି କେନ୍ଦ୍ରରେ ବିଜେପି ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ଷମତା ଲାଭ କରିବା କରିବା ପରେ ନିଜ ପ୍ରତିଶ୍ରୁତି ଭୁଲି ଯାଇ କୌଣସି ନୂତନ ନିଜସ୍ବ ଯୋଜନା ନ କରି କଂଗ୍ରେସ ଅମଳର ଯୋଜନା ଗୁଡିକର ନାମ ପରିବର୍ତ୍ତନ କରିଥିବା କହିଛନ୍ତି । ଏହି ଅବସରରେ ଅନେକ ନେତା ଓ ସଂଗଠନର ସଦସ୍ୟ ମାନେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି ।