ଓଡିଶା

odisha

ETV Bharat / state

ଚୋରା ଚାଲାଣ ବେଳେ 7ଟି ବାଲି ଟ୍ରାକ୍ଟର ଉପରେ ଚଢାଉ

ନବରଙ୍ଗପୁର ଜିଲ୍ଲାରେ ଚୋରା ଚାଲାଣ ହେଉଥିବା ବାଲି ଓ ପଥର ଭର୍ତ୍ତି ଟ୍ରାକ୍ଟରଙ୍କ ଉପରେ ଚଢ଼ାଉ କରି ନବରଙ୍ଗପୁର ଥାନାରେ ଅଟକ ରଖିଛନ୍ତି ଉପ ଜିଲ୍ଲାପାଳ ଭାସ୍କର ରଇତ l ଅଧିକ ଖବର ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ନବରଙ୍ଗପୁର

By

Published : Nov 25, 2019, 1:15 AM IST

ନବରଙ୍ଗପୁର: ଜିଲ୍ଲାରେ ଚୋରା ଚାଲାଣ ହେଉଥିବା ବାଲି ଓ ପଥର ଭର୍ତ୍ତି ଟ୍ରାକ୍ଟରଙ୍କ ଉପରେ ଚଢ଼ାଉ କରି ନବରଙ୍ଗପୁର ଥାନାରେ ଅଟକ ରଖିଛନ୍ତି ଉପ ଜିଲ୍ଲାପାଳ ଭାସ୍କର ରଇତ l ନବରଙ୍ଗପୁର ବ୍ଲକ ନନ୍ଦାହାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଜାମୁଗୁଡା ଗ୍ରାମ ନିକଟରେ ପ୍ରବାହିତ ସିଉନି ନଦୀରୁ ବିନା ଅନୁମତିରେ ପାଞ୍ଚଟି ଟ୍ରାକ୍ଟର ବାଲି ଭର୍ତ୍ତି କରି ନବରଙ୍ଗପୁର ଆସୁଥିବା ବେଳେ ଅଗ୍ନିପୁର ପଞ୍ଚାୟତର ବେହେରାଗୁଡା ନିକଟରେ ଉପ ଜିଲ୍ଲାପାଳ ଚଢ଼ାଉ କରିଥିଲେ l

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ନବରଙ୍ଗପୁର

ଏହି ଚଢ଼ାଉ ସମୟରେ ସେହି ଦିଗ କୁ ଆସୁଥିବା ଅନ୍ୟ ଦୁଇଟି ବେଆଇନ ପଥର ଭର୍ତ୍ତି ଟ୍ରାକ୍ଟରକୁ ମଧ୍ୟ ଚଢ଼ାଉ କରିଥିଲେ l ସାତଟି ଟ୍ରାକ୍ଟରର ମାଲିକ ମାନେ କାଗଜପତ୍ର ଦେଖାଇବାରେ ବିଫଳ ହେବାରୁ ସମସ୍ତ ଟ୍ରାକ୍ଟରକୁ ନବରଙ୍ଗପୁର ଥାନାକୁ ଅଣାଯାଇ ଅଟକ ରଖାଯାଇଛି l

ସୂଚନାନୁଯାୟୀ, ଜିଲ୍ଲାରେ ବିଶେଷ କରି କୋଶାଗୁମୁଡା, ପାପଡାହାଣ୍ଡି, ଡାବୁଗାଁ, ନନ୍ଦାହାଣ୍ଡି, ତେନ୍ତୁଳୀଖୁଣ୍ଟି ଓ ନବରଙ୍ଗପୁର ବ୍ଲକରେ ଅନେକ ଥର ବାଲି ଚୋରା ଚାଲାଣ ହୋଇ ଅନ୍ୟ ରାଜ୍ୟ କୁ ଯାଉଥିବା ଅଭିଯୋଗ ହୋଇ ଆସୁଥିଲା l କିନ୍ତୁ, ପ୍ରଶାସନର ନୀରବତା ଯୋଗୁଁ ବାଲି ଓ ପଥର ମାଫିଆ ମାନେ ସକ୍ରିୟ ହୋଇ ନବରଙ୍ଗପୁର ଠାରୁ ବାଲି ଓ ପଥର ଉଠାଇ ଅନ୍ୟ ରାଜ୍ୟ ଯଥା ଆନ୍ଧ୍ର ଓ ଛତିଶଗଡକୁ ଚାଲାଣ କରୁଥିବା ଦେଖା ଦେଉଥିଲା ।

ବେଆଇନ ଚୋରା ଚାଲାଣ ଉପରେ ଉପ ଜିଲ୍ଲାପାଳଙ୍କ ଚଢ଼ାଉ ଯୋଗୁଁ ମାଫିଆ ମାନଙ୍କ ହୋସ ଉଡିଯାଇଥିବା ଜଣାପଡିଛି । ହେଲେ କେବଳ ଟ୍ରାକ୍ଟର ନୁହେଁ ଟିପର ମାଧ୍ୟମରେ ଅନ୍ୟ ରାଜ୍ୟ କୁ ଯାଉଥିବା ବାଲିକୁ ମଧ୍ୟ ଚଢ଼ାଉ କରିବାକୁ ସାଧାରଣରେ ଦାବି ହେଉଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details