ନବରଙ୍ଗପୁର: କୋରୋନା ପାଇଁ ସରକାର ଦେଶବ୍ୟାପୀ ଲକଡାଉନ ଘୋଷଣା କରିଛନ୍ତି । ଦେଢମାସ ଧରି ଦେଶରେ ଦୋକାନ ବଜାର ବନ୍ଦ ଥିବା ବେଳେ ଏବେ ଗ୍ରୀନ ଜୋନରେ ଅନେକ କ୍ଷେତ୍ରରେ କଟକଣା କୋହଳ କରିଛନ୍ତି ରାଜ୍ୟ ସରକାର । ସମସ୍ତ ସେଲୁନ, ବିୟୁଟି ପାର୍ଲର ଓ ସ୍ପା ଖୋଲିବା ନେଇ ନବରଙ୍ଗପୁର ଜିଲ୍ଲାପାଳ ଡ଼. ଅଜିତ କୁମାର ମିଶ୍ର ନିର୍ଦ୍ଦେଶ ଦେବା ପରେ ସାଧାରଣ ଜନତା ଆଶ୍ବସ୍ତି ଲାଭ କରିଛନ୍ତି l ଏହି ସମସ୍ତ ଦୋକାନ ଖୋଲିବା ପରେ ଆଜି ଗ୍ରାହକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି l
ଗ୍ରୀନ ଜୋନରେ କୋହଳ ହେଲା କଟକଣା; ଖୋଲିଲା ସେଲୁନ, ବିୟୁଟି ପାର୍ଲର - ନବରଙ୍ଗପୁର
ଗ୍ରୀନ ଜୋନରେ ଅନେକ କ୍ଷେତ୍ରରେ କଟକଣା କୋହଳ କରିଛନ୍ତି ରାଜ୍ୟ ସରକାର । ସମସ୍ତ ସେଲୁନ, ବିୟୁଟି ପାର୍ଲର ଓ ସ୍ପା ଖୋଲିବା ନେଇ ନବରଙ୍ଗପୁର ଜିଲ୍ଲାପାଳ ଡ଼. ଅଜିତ କୁମାର ମିଶ୍ରଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ଗ୍ରୀନ ଜୋନରେ କୋହଳ ହେଲା କଟକଣା, ଖୋଲିଲା ସେଲୁନ,ବିୟୁଟି ପାର୍ଲର
ଗ୍ରୀନ ଜୋନରେ କୋହଳ ହେଲା କଟକଣା, ଖୋଲିଲା ସେଲୁନ,ବିୟୁଟି ପାର୍ଲର
ପ୍ରାୟ ଦେଢ଼ ମାସ ଧରି ଏହି ସମସ୍ତେ ଦୋକାନ ବନ୍ଦ ହେବା ଯୋଗୁଁ ଦୋକାନ ମାଲିକ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଉମରକୋଟ ସହରର ସମସ୍ତ ସେଲୁନ, ବିୟୁଟି ପାର୍ଲର ଓ ସ୍ପା ଖୋଲିବା ପରେ ଦୋକାନ ମାଲିକ ମାନେ ସାମାନ୍ୟ ଆଶ୍ବସ୍ତି ଲାଭ କରିଛନ୍ତି l
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ