ଓଡିଶା

odisha

ନବରଙ୍ଗପୁର ରକ୍ତତୀର୍ଥରେ ଶହୀଦ ସ୍ମୃତି ଦିବସ

By

Published : Aug 24, 2019, 10:34 PM IST

ପାପଡାହାଣ୍ଡିରେ ପାଳିତ ହୋଇଛି ଶହୀଦ ସ୍ମୃତି ଦିବସ । ରକ୍ତତୀର୍ଥ ଭାବରେ ପରିଚିତ ପାପଡାହାଣ୍ଡିରେ ପାଳିତ ହୋଇଛି ଶହୀଦ ସ୍ମୃତି ଦିବସ । ଶହୀଦ ସ୍ମୃତି ଦିବସ ପାଳନ ଅବସରରେ ପ୍ରଥମେ ଶହୀଦ ମଶାଲ ପାପଡାହାଣ୍ଡି ଠାରେ ପହଞ୍ଚିଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର


ନବରଙ୍ଗପୁର: ରକ୍ତତୀର୍ଥ ଭାବରେ ପରିଚିତ ପାପଡାହାଣ୍ଡିରେ ପାଳିତ ହୋଇଛି ଶହୀଦ ସ୍ମୃତି ଦିବସ । ଶହୀଦ ସ୍ମୃତି ଦିବସ ପାଳନ ଅବସରରେ ପ୍ରଥମେ ଶହୀଦ ମଶାଲ ପାପଡାହାଣ୍ଡି ଠାରେ ପହଞ୍ଚିଥିଲା । ଏହାପରେ ଶହୀଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ସର୍ବଧର୍ମ ପ୍ରାର୍ଥନା ସଭା ଆୟୋଜିତ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଏହାସହ ଶହୀଦଙ୍କ ଉଦ୍ଦେଶ୍ୟରେ ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ତଥା ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ମନ୍ତ୍ରୀ ପଦ୍ମିନୀ ଦିଆନ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଝରିଗାଁ ବିଧାୟକ ପ୍ରକାଶ ମାଝୀ, ସାଂସଦ ରମେଶ ମାଝୀ, ଜିଲ୍ଲାପାଳ ଅଜିତ କୁମାର ମିଶ୍ରଙ୍କ ସମେତ ଏସପି ନିତିନ କୁଶଲକର ଯୋଗ ଦେଇଥିଲେ ।

ଶହୀଦ ସ୍ମୃତି ଦିବସ ପାଳନ ଅବସରରେ ଶହୀଦ ମଶାଲକୁ ଏକ ବିରାଟ ପଟୁଆରରେ ଶହୀଦପୀଠକୁ ଅଣାଯାଇ ସ୍ଥାପନ କରାଯାଇଥିଲା । ଏହା ସହ ଟୁରି ନଦୀକୂଳରେ ଥିବା ଶହୀଦ ସ୍ତମ୍ଭ ନିକଟରେ ଅତିଥିମାନେ ତିଳତର୍ପଣ କରିଥିଲେ ।

ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଶହୀଦମାନଙ୍କ ଦାୟାଦ ମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ଶହୀଦଙ୍କ ସ୍ମୃତି ସଭାରେ ଅତିଥିମାନେ ସହିଦ ମାନଙ୍କ ସ୍ମୃତି ଚାରଣ କରିବା ସହ ଶହୀଦ ପରିବାରର ସମସ୍ୟା ଗୁଡିକର ସମାଧାନ କରିବା ପାଇଁ ମତପ୍ରକାଶ ପାଇଥିଲା । ଏଥିସହ ଉକ୍ତ କାର୍ଯ୍ୟକ୍ରମକୁ କେବଳ ନବରଙ୍ଗପୁର ଜିଲ୍ଲା ମଧ୍ୟରେ ସୀମିତ ରଖାଯାଇ କେବଳ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ କରାଯାଉଥିବାରୁ ସହିଦ ସ୍ମୃତି ସଂଘ ତରଫରୁ ଏହି କାର୍ଯ୍ୟକ୍ରମକୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ କରାଯାଇ ରାଜ୍ୟସ୍ତରରେ ପାଳନ କରିବା ପାଇଁ ଦାବି ରଖାଯାଇଥିଲା । ସଭାରେ ଅତିଥି ଭାବେ ଆସିଥିବା ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟମନ୍ତ୍ରୀ ଙ୍କ ଆଲୋଚନା କରି ଏଦିଗରେ ପଦକ୍ଷେପ ନେଇ ରାଜ୍ୟସ୍ତରରେ ମଧ୍ୟ ପାଳନ କରିବାକୁ ପଦକ୍ଷେପ ନେବେ ବୋଲି ସୂଚନା ଦେଇଥିଲେ ।


ସୂଚନାଯୋଗ୍ୟ, 1942 ମସିହାର ଆଜିର ଦିନରେ ଇଂରେଜ ମାନେ 19 ଜଣ ସ୍ବାଧୀନତା ସଂଗ୍ରାମୀଙ୍କୁ ଟୁରି ନଦୀ କୂଳରେ ଗୁଳିକରି ହତ୍ୟା କରିଥିଲେ । ଇଂରେଜ ମାନଙ୍କ ଅତର୍କିତ ଆକ୍ରମଣର ଶିକାର ହୋଇ ସଂଗ୍ରାମୀମାନଙ୍କୁ ପ୍ରାଣବଳୀ ଦେବାକୁ ପଡିଥିଲା । ସେହି ବୀରମାନଙ୍କର ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ପ୍ରତିବର୍ଷ ଶହୀଦ ସ୍ମୃତି ଦିବସ ପାଳନ କରାଯାଉଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details