ନବରଙ୍ଗପୁର: ଜିଲ୍ଲାରେ ରାଜ୍ୟସଭା ସାଂସଦ ତଥା ବିଜେପି ନେତା ରୁପା ଗାଙ୍ଗଲି। ସିଏଏ ସମର୍ଥନରେ ଲୋକଙ୍କୁ ସଚେତନ କରାଇବା ପାଇଁ ନବରଙ୍ଗପୁର ଜିଲ୍ଲା ରାଇଘର ପହଞ୍ଚିଥିଲେ। ରାଇଘର ଠାରେ ଏକ ସାଧାରଣ ସଭାରେ ଯୋଗଦେଇ ସିଏଏ ସପକ୍ଷରେ ଲୋକଙ୍କୁ ବାର୍ତ୍ତା ଦେଇଥିଲେ। ରୁପା କହିଥିଲେଯେ, ସିଏଏ କାହାକୁ ବିରୋଧ କରିବା ପାଇଁ ନୁହଁ ବରଂ ଦେଶ ଗଠନ ପାଇଁ ଉଦ୍ଧିଷ୍ଟ। କିଛି ବିରୋଧୀ ଦଳ ନିଜ ରାଜନୈତିକ ଫାଇଦା ପାଇଁ ଲୋକଙ୍କ ମନରେ ସିଏଏକୁ ନେଇ ଭ୍ରାନ୍ତ ଧାରଣା ସୃଷ୍ଟି କରୁଥିବା କରୁଥିବା କହିଛନ୍ତି।
ନବରଙ୍ଗପୁରରେ ରୁପା ଗାଙ୍ଗୁଲି, ଜିଲ୍ଲାବାସୀଙ୍କୁ ଦେଲେ CAA ବାର୍ତ୍ତା - bjp sansad rupa ganguli
CAA ସପକ୍ଷରେ ନବରଙ୍ଗପୁରବାସୀଙ୍କୁ ସଚେତନ କରାଇଲେ ରାଜ୍ୟସଭା ସାଂସଦ ରୁପା ଗାଙ୍ଗୁଲି। ଅଧିକ ପଢନ୍ତୁ...
CAAକୁ ନେଇ ଲୋକଙ୍କୁ ବୁଝାଇଲେ ବିଜେପି ସାଂସଦ ରୁପା ଗାଙ୍ଗ
କୌଣସି ନାଗରିକଙ୍କୁ ଦେଶରୁ ତଡିବା ପାଇଁ ନୁହଁ ବରଂ ଦେଶରେ ସ୍ଥାୟୀ ନାଗରିକତା ପ୍ରଦାନ ପାଇଁ ସିଏଏର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ପ୍ରଥମେ ପ୍ରଥମେ ଯେଉଁ ମାନେ ସିଏଏକୁ ବିରୋଧ କରୁଥିଲେ ବର୍ତ୍ତମାନ ସିଏଏ ଆଇନର ଉଦ୍ଦେଶ୍ୟ ବିଷୟରେ ବୁଝିବା ପରେ ଏହି ଆଇନକୁ ଧୀରେ ଧୀରେ ଆପଣଉଥିବା ସେ କହିଛନ୍ତି। ଯେଉଁ ଲୋକଙ୍କ ମନରେ ସିଏଏକୁ ନେଇ ଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ତାଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ସାଂସଦ ରୁପା ଗାଙ୍ଗଲି।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ