ନବରଙ୍ଗପୁର: ସମସ୍ତ ସରକାରୀ ନିୟମକୁ ଖୁଲ୍ଲମ ଖୁଲ୍ଲା ଉଲ୍ଲଙ୍ଘନ । ଜିଲ୍ଲା ଶିକ୍ଷାଧିକାରୀ 93 ଲକ୍ଷ ଟଙ୍କା ଆତ୍ମସାତ କରିଥିବା ନେଇ ଥାନାରେ ଏତଲା ରୁଜୁ ହୋଇଛି। ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ଶିକ୍ଷାଧିକାରୀ ଚନ୍ଦ୍ରଶେଖର ପାଣିଗ୍ରାହୀଙ୍କ ନାମରେ । ଆଉ ଅଭିଯୋଗ ଆଣିଛନ୍ତି ଜଣେ ଆଇନଜୀବୀ ।
93 ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ, ଜିଲ୍ଲା ଶିକ୍ଷାଧିକାରୀଙ୍କ ନାଁରେ ଏତଲା ରୁଜୁ 2018-19ରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ସ୍କୁଲ ପିଲାଙ୍କ ଲାଇବ୍ରେରୀରେ ବହି କିଣିବା ନେଇ ଏକ ଗାଇଡଲାଇନ ଜାରି କରିଥିଲେ । ଯାହାକି ଷ୍ଟେଟ ପବ୍ଲିକେସନରେ ହିଁ କିଣିବା କଥା କିନ୍ତୁ ଏଥିରେ ଚଞ୍ଚକତା କରି ଜିଲ୍ଲାଧିକାରୀ ପ୍ରାଇଭେଟ ଦୋକାନରୁ ବହି କିଣିଥିଲେ।
93 ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ, ଜିଲ୍ଲା ଶିକ୍ଷାଧିକାରୀଙ୍କ ବିରୋଧରେ ଏତଲା ତେବେ ସୂଚନା କର୍ମୀ ମୃତ୍ୟୁଞ୍ଜୟ ମହାରଣା ଏହାର ତଥ୍ୟ ସାମ୍ନାକୁ ଆଣିବା ପରେ ଜିଲ୍ଲା ବିଜେପି ଏହାକୁ ସମର୍ଥନ ଜଣାଇ ନବରଙ୍ଗପୁର ଥାନାରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ବିରୋଧରେ ଏକ ଏତଲା ଦେଇଛନ୍ତି । ଏହି ଘୋଟାଲାରେ ସମ୍ପୃକ୍ତ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଭିଜିଲାନ୍ସର ତଦନ୍ତ ଭୁକ୍ତ କରିବା ନେଇ ଦାବି କରିଛି ବିଜେପି ।
93 ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ, ଜିଲ୍ଲା ଶିକ୍ଷାଧିକାରୀଙ୍କ ବିରୋଧରେ ଏତଲା ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ