ନବରଙ୍ଗପୁର: ମାତ୍ର 2 କିମି ରାସ୍ତା ଅତ୍ୟନ୍ତ ଶୋଚନୀୟ ଅବସ୍ଥା । ଦୀର୍ଘ ଦିନ ଧରି ଗାଁରେ ଲାଗି ରହିଛି ରାସ୍ତା ସମସ୍ୟା । ରାସ୍ତା ତିଆରି କିମ୍ବା ମରାମତି ପାଇଁ ବ।ରମ୍ଭ।ର ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ଏବଂ ଜିଲ୍ଲା ପ୍ରଶାସନ ପାଖେ ଗୁହାରି କରି କରି ଥକିଗଲେଣି କେହି ଶୁଣିବାକୁ ନାରାଜ । ଏପରିକି ଗତ ନିର୍ବାଚନରେ ଭୋଟ ବର୍ଜନ ମଧ୍ୟ କରି ଦୃଷ୍ଟି ଆକର୍ଷଣ କରିଥିଲେ, ସବୁ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି ।
ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦହଣା ପଞ୍ଚାୟତ ଅନ୍ତର୍ଗତ ପଖନାଗୁଡା ଠାରୁ ଦହଣା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ରାସ୍ତାରେ ପଥର ସହ ଖାଲଖମା ଭର୍ତ୍ତି ହୋଇଛି । ଭଲଭାବେ ଦେଖନ୍ତୁ ରାସ୍ତାର ଅବସ୍ଥା ଯିବା ଆସିବା କରିବା ମୁସ୍କିଲ । ପଖନାଗୁଡାରୁ ଦହଣା ପଞ୍ଚାୟତକୁ ସଂଯୋଗ କରୁଥିବା ଏକ ମାତ୍ର ମୁଖ୍ୟ ରାସ୍ତା । କେବେଳ ବର୍ଷେ କି ଦୁଇ ବର୍ଷ ନୁହେଁ 15 ବର୍ଷ ହେଲାଣି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ରାସ୍ତା ନିର୍ମାଣ ଓ ମରାମତି ଲାଗି ଗାଁ ଲୋକେ ବହୁ ଚେଷ୍ଟା କଲେ କିଛି ବି ଫାଇଦା ମିଳିପାରି ନାହିଁ । 15 ବର୍ଷ ତଳେ ଯାହା ନିର୍ମାଣ ହୋଇଥିଲା ତାହା ପରେ ଆଉ କେବେ ବି ମାଟି କି ମୋରମ ପଡିନାହିଁ । ପଞ୍ଚାୟତ ଅଫିସ କିମ୍ବା ବଜାରକୁ ଯିବା ପାଇଁ ଏହି ରାସ୍ତା ଦେଇ ଯିବାବେଳେ ବିଭିନ୍ନ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଗାଁ ରାସ୍ତା ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯୋଜନା କାର୍ଯ୍ୟକାରୀ କରାଯାଉଥିବା ବେଳେ ଏହି ରାସ୍ତା ପ୍ରତି କାହାର ନଜର ନାହିଁ ।