ଓଡିଶା

odisha

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନିୟମିତତା ଅଭିଯୋଗ

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୋବାଗୁଡା ଗ୍ରାମର ଚଚା ପଞ୍ଚାୟତରେ କିଛି ଯନ୍ତ୍ରୀ ଏବଂ କଣ୍ଟ୍ରାକ୍ଟର ମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ପ୍ରଧାନମନ୍ତ୍ରୀ ସଡକ ଯୋଜନା ଜନସାଧାରଣଙ୍କ କାମରେ ଲାଗୁ ନଥିବା ଅଭିଯୋଗ ହୋଇଛି ।

By

Published : Dec 10, 2019, 4:26 AM IST

Published : Dec 10, 2019, 4:26 AM IST

nabarangapur
ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନିୟମିତତା

ନବରଙ୍ଗପୁର: ଜନସାଧାରଣଙ୍କ ଗମନାଗମନ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଖର୍ଚ୍ଚ ହେଉଛି କୋଟିକୋଟି ଟଙ୍କା । ମାତ୍ର କିଛି ଯନ୍ତ୍ରୀ ଏବଂ କଣ୍ଟ୍ରାକ୍ଟର ମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏହିସବୁ ଲୋକାଭିମୁଖୀ ଯୋଜନା ଜନସାଧାରଣଙ୍କ କାମରେ ଲାଗୁ ନଥିବା ଅଭିଯୋଗ ହୋଇଛି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୋବାଗୁଡା ଗ୍ରାମର ଚଚା ପଞ୍ଚାୟତର ଏକ ଉପାନ୍ତ ଅଞ୍ଚଳରୁ ଏହି ଅଭିଯୋଗ ଆସିଛି ।

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନିୟମିତତା

ଏହି ଗାଁରେ କିଛି ଲୋକ ଦୀର୍ଘଦିନ ଧରି ଭଲ ରାସ୍ତାଟିଏ ପାଇଁ ଦାବି କରିବା ପରେ ଶେଷରେ ପ୍ରଶାସନ ସେମାନଙ୍କ ଗୁହାରୀ ଶୁଣି ଏହି ଗାଁକୁ ୨୩୦୦ କିମି ଚଚା ଠାରୁ ଗୋବାଗୁଡା ପର୍ଯ୍ୟନ୍ତ ୮୧.୬୩ ଲକ୍ଷ ବ୍ୟୟ ଅଟକଳରେ ରାସ୍ତାକାମ ଆରମ୍ଭ କରାଯାଇଥିଲା । ଭବିଷ୍ୟତରେ ଭଲ ରାସ୍ତାଟିଏ ପାଇବା ଆଶା ବେଶ ଖୁସି ହୋଇଥିଲେ ଗ୍ରାମବାସୀ । ହେଲେ ଭଲ ରାସ୍ତା ବଦଳରେ କାମରେ ଅନିୟମିତତା ପ୍ରକାଶ କରିଛନ୍ତି ଗ୍ରାମବାସୀ । ତେବେ କୌଣସି ବିଭାଗୀୟ ଅଧିକାରୀ ଉପସ୍ଥିତ ରହୁନଥିବାରୁ ମନଇଚ୍ଛା କାମ କରୁଛନ୍ତି କଣ୍ଟ୍ରାକ୍ଟର ।

ରାସ୍ତାର କାମ ଏପରି ନିମ୍ନମାନର କରାଗଲେ ଦୁଇ ମାସ ମଧ୍ୟରେ ପିଚୁ ବାହାରି ପଡ଼ି ମେଟାଲ ଦେଖାଯିବ ବୋଲି ଗ୍ରାମବାସୀ ଆଶଙ୍କା କରୁଛନ୍ତି । ତେବେ ଏଭଳି ନିମ୍ନମାନର କାମ କଣ୍ଟ୍ରାକ୍ଟର ଏବଂ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ହେଉଥିବା ଅଭିଯୋଗ କରି ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details