ନବରଙ୍ଗପୁର: କୋଷାଗୁମୁଡା ଠାରୁ ନବରଙ୍ଗପୁର ଯିବା ରାସ୍ତା ନୂଆବନ୍ଧ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇ ଜଣେ ଯୁବକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଉଛନ୍ତି ।
ଦୁଇ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ ଦୁଇ ଗୁରୁତର - ଜଣେ ଯୁବକ ମୃତ
ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକ ମୃତ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ଅଧିକ ପଢ଼ନ୍ତୁ...
![ଦୁଇ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ ଦୁଇ ଗୁରୁତର road accident in Nabrangpur, one person died, two critically injured, ବାଇକ ମୁହାଁମୁହିଁ ଧକ୍କା, ଜଣେ ଯୁବକ ମୃତ, ନବରଙ୍ଗପୁର ଖବର](https://etvbharatimages.akamaized.net/etvbharat/prod-images/768-512-7607454-570-7607454-1592082848972.jpg)
ସୂଚନା ଅନୁସାରେ ଟେମରା ଗ୍ରାମର 21 ବର୍ଷୀୟ ଜଳନ୍ଧର ମାଳି ନିଜ ଝିଆରୀ ଦୁଲାରୀ ମାଳି ସହ କୋଡ଼ିଗାଁ ପଟୁ ନିଜ ଗାଁକୁ ଆସୁଥିବା ସେପଟୁ ବେଳେ ସର୍ଗିଗୁଡା ଗ୍ରାମର ରାଜକୁମାର ପାଣି ଏବଂ ଗୁଡ୍ଡୁ କଛପ ଯାଉଥିବା ବେଳେ ଦୁଇ ବାଇକ ମୁହାଁମୁହିଁ ହୋଇଥିଲା । ଘଟଣା ସ୍ଥଳରେ ହିଁ ଜଳନ୍ଧର ମାଳିର ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ବାଇକର ଦୁହେଁ ଗୁରୁତର ଆହତ ହୋଇଥିଲେ l ଦୁହିଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ଏ ନେଇ କୋଷାଗୁମୁଡା ଥାନାରେ କେସ ନମ୍ବର 77/20 ରୁଜୁ କରାଯାଇ ଏସ ଆଇ ଶଶୀଭୂଷଣ ମଙ୍ଗରାଜ ତଦନ୍ତ କରୁଛନ୍ତି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ରହିଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ