ନବରଙ୍ଗପୁର: ଜିଲ୍ଲାରେ ଚଳିତ ରବି ଚାଷ ଉତ୍ପାଦିତ ଧାନ ଅଭାବ ବିକ୍ରିକୁ ନେଇଁ ଚାଷୀଙ୍କ ମଧ୍ୟରେ ଅସନ୍ତୁଷ୍ଟ ଦେଖାଦେଇଛି । ଚଳିତ ବର୍ଷ ଜିଲ୍ଲାରେ ମୋଟ୍ 425 ଜଣ ଚାଷୀ ରବି ଋତୁରେ ଉତ୍ପାଦିତ ଧାନ ବିକିବା ପାଇଁ ପଞ୍ଜିକୃତ କରିଛନ୍ତି । ସେହି ଅନୁପାତରେ 9600 କ୍ବିଣ୍ଟାଲ ଧାନ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ରଖାଯାଇ ଥିଲା କିନ୍ତୁ ସଂଗ୍ରହ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଜିଲ୍ଲାରେ ରବି ଚାଷର ଅତିରିକ୍ତ ଧାନ ଉତ୍ପାଦିତ ହୋଇଥିବା ଜଣାପଡିଛି ।
ରବି ଧାନ ବିକ୍ରି ନେଇ ହଟହଟା ଚାଷୀ, ପଞ୍ଜୀକୃତ ତଥ୍ୟ ଡିଲିଟ୍ ଅଭିଯୋଗ - ରବି ଧାନ ବିକ୍ରି
ଜିଲ୍ଲାରେ ଚଳିତ ରବି ଚାଷ ଉତ୍ପାଦିତ ଧାନ ଅଭାବ ବିକ୍ରିକୁ ନେଇଁ ଚାଷୀଙ୍କ ମଧ୍ୟରେ ଅସନ୍ତୁଷ୍ଟ ଦେଖାଦେଇଛି । ଅଧିକ ପଢନ୍ତୁ...
ରବି ଧାନ ବିକ୍ରି ନେଇ ହଟହଟା ଚାଷୀ, ପଞ୍ଜୀକୃତ ତଥ୍ୟ ଡିଲିଟ୍ ଅଭିଯୋଗ
ଅନ୍ୟପଟେ ଅନେକ ଚାଷୀଙ୍କ ପଞ୍ଜିକୃତ କରିଥିବା ତଥ୍ୟ ସରକାରୀସ୍ତରରୁ ଡିଲିଟ୍ ହୋଇଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି । ଏନେଇ ଜିଲ୍ଲା କୃଷି ବିଭାଗଙ୍କ ତଥ୍ୟକୁ ନେଇ ଆବେଦନ କରାଯାଇଥିବା ମଣ୍ଡିକାର୍ଡକୁ ଡିଲିଟ କରାଯାଇଥିବା ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଅତିରିକ୍ତ ଉତ୍ପାଦିତ ଧାନ, ଚାଷୀ କେଉଠି ବିକିବେ ତା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ