ନବରଙ୍ଗପୁର:ପୌର ନିର୍ବାଚନକୁ ନେଇ ଜିଲ୍ଲାରେ ସରଗରମ ରାଜନୀତି । ୨ ତାରିଖଠାରୁ ନାମାଙ୍କନ ପତ୍ର ଦାଖଲ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରାଯାଇନାହିଁ । ସେପଟେ ବିଜେଡ଼ି ପକ୍ଷରୁ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ କୁନୁ ନାୟକ ନବରଙ୍ଗପୁର ଅଧ୍ୟକ୍ଷ ଟିକେଟ ପାଇଁ ଆବେଦନ କରିଥିବା ଜଣାପଡ଼ିଛି ।
ବିଜେଡ଼ି ପକ୍ଷରୁ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବା ବେଳେ କଂଗ୍ରେସ ଓ ବିଜେପି ସେମାନଙ୍କ ପ୍ରାର୍ଥୀ ଖୋଜା ଜାରି ରଖିଛନ୍ତି । ଏହାରି ମଧ୍ୟରେ ବିଜେଡି ପକ୍ଷରୁ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ କୁନୁ ଚର୍ଚ୍ଚାର ପରିସରକୁ ଆସିଛନ୍ତି । କୁନୁ ୧୯୮୪ ମସିହାରେ ଚାକିରି କରିବା ପୂର୍ବରୁ ନବରଙ୍ଗପୁର ମୁନିସିପାଲିଟିର ୩ ନଂ ୱାର୍ଡ ମେମ୍ବର ପ୍ରାର୍ଥୀ ଭାବେ ଜନତା ଦଳ ପକ୍ଷରୁ ତାଙ୍କ ନାମକୁ ଚୂଡାନ୍ତ କରାଯାଇଥିଲା । ତେବେ କୁନୁ ହେଉଛନ୍ତି ବର୍ତ୍ତମାନ ନୂତନ ଭାବେ ବିଜେଡ଼ିରେ ଯୋଗ ଦେଇଥିବା ତଥା ୩ ଥର ଜିଲ୍ଲା ଛାତ୍ର କଂଗ୍ରେସର ସଭାପତି ଥିବା ସଞ୍ଜୟ ନାୟକଙ୍କ ପିତା ।