ଓଡିଶା

odisha

ETV Bharat / state

ମକା ପ୍ରୋସେସିଂ ପ୍ଲାଣ୍ଟକୁ ବିରୋଧ, ତହସିଲଦାରଙ୍କୁ ଦାବି ଜଣାଇଲେ ଗ୍ରାମବାସୀ

ଇଡକୋ ତରଫରୁ ମକା ପ୍ରୋସେସିଂ ପ୍ଲାଣ୍ଟକୁ, ଗ୍ରାମବାସୀଙ୍କ ଦଖଲରେ ଥିବା ଜମିକୁ ରାଜ୍ୟସରକାର ବିନା ନୋଟିସରେ କମ୍ପାନୀକୁ ହସ୍ତାନ୍ତର କରିବା ଘଟଣାକୁ ବିରୋଧ କରି ଶତାଧିକ ଗ୍ରାମବାସୀ କୋଡ଼ିଙ୍ଗା ତହସିଲଦାରଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ..

By

Published : Sep 19, 2020, 9:16 AM IST

Resist Maize Processing Plant, The villagers demanded the tehsildar
ମକା ପ୍ରୋସେସିଂ ପ୍ଲାଣ୍ଟକୁ ବିରୋଧ, ତହସିଲଦାରଙ୍କୁ ଦାବି ଜଣାଇଲେ ଗ୍ରାମବାସୀ

ନବରଙ୍ଗପୁର: ମକା ପ୍ରୋସେସିଂ ପ୍ଲାଣ୍ଟକୁ ବିରୋଧ କଲେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ବାମୁଣି ଗ୍ରାମବାସୀ । ସୂଚନାମୁତାବକ, ଇଡକୋ ତରଫରୁ ମକା ପ୍ରୋସେସିଂ ପ୍ଲାଣ୍ଟକୁ, ଗ୍ରାମବାସୀଙ୍କ ଦଖଲରେ ଥିବା ଜମିକୁ ରାଜ୍ୟସରକାର ବିନା ନୋଟିସରେ କମ୍ପାନୀକୁ ହସ୍ତାନ୍ତର କରିବା ଘଟଣାକୁ ବିରୋଧ କରି ଶତାଧିକ ଗ୍ରାମବାସୀ କୋଡ଼ିଙ୍ଗା ତହସିଲଦାରଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି ।

ମକା ପ୍ରୋସେସିଂ ପ୍ଲାଣ୍ଟକୁ ବିରୋଧ, ତହସିଲଦାରଙ୍କୁ ଦାବି ଜଣାଇଲେ ଗ୍ରାମବାସୀ

ଏହି ଜମିକୁ କେଉଁ କାଳରୁ ବାମୁଣି ଗ୍ରାମବାସୀ ଦଖଲ କରିଥିଲେ। ହେଲେ ପ୍ରଶାସନ କୌଣସି ଗ୍ରାମସଭା କିମ୍ବା ପଲ୍ଲୀସଭା ନକରି କାହାକୁ ସରକାରୀ ନୋଟିସ ନଦେଇ ଜମିକୁ କମ୍ପାନୀକୁ ହସ୍ତାନ୍ତର କରିଛନ୍ତି । ଏହା ଜାଣି ବାମୁଣି ଗ୍ରାମର ଶତାଧିକ ପୁରୁଷ ମହିଳା କୋଡ଼ିଙ୍ଗା ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେଥିରେ ଉଲ୍ଲେଖ ରହିଛି ଯେ, ଯଦି ଏହାର ସୁବିଚାର କରି ଜମି ଫେରସ୍ତ କରାନଯାଏ, ତେବେ ଆଗାମୀ ଦିନରେ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦିଆଯାଇଛି’ ।


ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details