ଓଡିଶା

odisha

ETV Bharat / state

ଚିତ୍ରାଙ୍ଗ ନଦୀରେ ଭାସିଗଲେ ବୃଦ୍ଧା - ଅଗ୍ନିଶମ ବାହିନୀ

ଗତକାଲି ଠାରୁ ନିଖୋଜ ଥିଲେ ବୃଦ୍ଧା । ନଦୀ ପାର ହେବାବେଳେ ପାଣିରେ ଭାସିଯାଇଥିଲେ । ଆଜି ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ନବରଙ୍ଗପୁର

By

Published : Sep 7, 2019, 5:30 PM IST

ନବରଙ୍ଗପୁର: ଭୋଜି ଖାଇ ଫେରୁଥିଲେ ଘରକୁ । କିନ୍ତୁ କାଳ ସାଜିଲା ନଦୀପାର । ସମ୍ପର୍କୀୟଙ୍କ ଭୋଜି ଖାଇ ଫେରୁଥିବାବେଳେ ଘଟିଛି ଅଘଟଣ । ତିନି ଜଣ ବୃଦ୍ଧା ଫେରୁଥିବା ସମୟରେ ଜଣେ ଚିତ୍ରାଙ୍ଗ ନଦୀରେ ଭାସିଯାଇ ଗତକାଲି ଠାରୁ ନିଖୋଜ ଥିଲେ । ଆଜି ଉଦ୍ଧାର ହୋଇଛି ସେମାନଙ୍କ ମୃତଦେହ । ଏପରି ଦୁଃଖ ଦାୟକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁରର ଡାବୁଗାଁ ଥାନା ଅଧିନସ୍ଥ ଏକୋମ୍ବା ଗ୍ରାମରେ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ନବରଙ୍ଗପୁର

ଗ୍ରାମବାସୀ ଓ ଦମକଳ ବାହିନୀ ଆଜି ଦିନ ତମାମ୍ ଜାରି ରଖଛନ୍ତି ଖୋଜାଖୋଜି । ପରେ ଅପରାହ୍ନ ରେ ସୋନମୋତି ଗୌଡ଼ଙ୍କ ମୃତଦେହକୁ ଉଦ୍ଧାର କରିଛି ଦମକଳ ବାହିନୀ । ଗତକାଲି ନିଜ ଝିଅ ଘରକୁ ଯାଇଥିଲେ ସୋନମତି ଓ ଅନ୍ୟ ଦୁଇ ବୃଦ୍ଧ । ନିକଟସ୍ଥ ନିରଣ୍ଡି ପଞ୍ଚାୟତର ନିରଗୁଡ଼ା ଗାଁକୁ ଯାଇଥିଲେ । ଲଗାଣା ବର୍ଷା ଫଳରେ ଚିତ୍ରା ନଦୀରେ ଅଧିକ ପାଣି ହୋଇଯାଇଥିଲା । ଏପଟେ ତିନି ଜଣ ନଦୀ ପାର ହେଉଥିବା ବେଳେ ବୃଦ୍ଧାଙ୍କ ଗୋଡ଼ ଖସିଯାଇଥିଲା । ଫଳରେ ଗତକାଲି ଠାରୁ ନିଖୋଜ ଥିଲେ।


ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details