ଓଡିଶା

odisha

ETV Bharat / state

ତେନ୍ତୁଳି ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ - ନବରଙ୍ଗପୁର ଖବର

ତେନ୍ତୁଳି ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜା ବରଙ୍ଗପଦର ପଞ୍ଚାୟତ ଅନ୍ତର୍ଗତ ଗତିପୁଟ ଗ୍ରାମରେ । ସେ ଆନ୍ଧ୍ରପ୍ରଦେଶରେ କାମ କରିବା ପାଇଁ ଯାଇଥିବା ବେଳେ ଗତ ଆଠ ମାସ ପୂର୍ବରୁ ସେ ନିଜ ଗାଁକୁ ଫେରି ଲକଡାଉନରେ ଘରେ ରହିଥିଲେ । ଅଧିକ ପଢନ୍ତୁ...

Rescue young man's hanging body in nabrangpur
ତେନ୍ତୁଳି ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

By

Published : Jul 11, 2020, 5:55 PM IST

ନବରଙ୍ଗପୁର: ତେନ୍ତୁଳି ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜା ବରଙ୍ଗପଦର ପଞ୍ଚାୟତ ଅନ୍ତର୍ଗତ ଗତିପୁଟ ଗ୍ରାମରେ । ମୃତ ଯୁବକ ହେଲେ ଉକ୍ତ ଗ୍ରାମର 19 ବର୍ଷୀୟ ଡମ୍ବରୁ ରାଉତ ।

ତେନ୍ତୁଳି ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ସୂଚନାନୁଯାୟୀ, ଡମ୍ବରୁ ଆନ୍ଧ୍ରପ୍ରଦେଶରେ କାମ କରିବା ପାଇଁ ଯାଇଥିବା ବେଳେ ଗତ ଆଠ ମାସ ପୂର୍ବରୁ ସେ ନିଜ ଗାଁକୁ ଫେରିଥିଲେ । ଲକଡାଉନ ଯୋଗୁଁ ସେ ଆଉ କାମ କରିବା ପାଇଁ ଆନ୍ଧ୍ରପ୍ରଦେଶ ଯାଇପାରିନଥିଲେ । ଆଜି ଡମ୍ବରୁ ଘରୁ ବାହାରକୁ ଯାଇଥିଲେ । କିଛି ସମୟ ପରେ ଘର ନିକଟରେ ଥିବା ଏକ ତେନ୍ତୁଳି ଗଛ ଉପରେ ଡମ୍ବରୁଙ୍କ ମୃତଦେହ ଝୁଲୁଥିବା ଖବର ପାଇଥିଲେ ପରିବାର ଲୋକେ । ଏହା ପରେ ଖାତିଗୁଡା ଥାନାରେ ଅଭିଯୋଗ କରିଥିଲେ ।

ଖବର ପାଇ ଖାତିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିବା ବେଳେ ଡମ୍ବରୁ ଏକ ଓଢ଼ଣୀ ସାହାଯ୍ୟରେ ଫାଶୀ ହୋଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି । ଏ ନେଇ ଖାତିଗୁଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ଏବଂ ପୋଲିସ ପକ୍ଷରୁ ତଦନ୍ତ ଚାଲିଛି ।

ଲକଡାଉନ ସମୟରେ ବଲିଉଡ ଅଭିନେତାଠୁ ଆରମ୍ଭ କରି ସାଧାରଣ ଜନତାଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସୁଛି । ଲକଡାଉନ ସଭିଁଙ୍କ ଆର୍ଥିକ ଅବସ୍ଥାକୁ ଚାପ ପକାଇଥିବା ବେଳେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡୁନାହିଁ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details