ଓଡିଶା

odisha

ETV Bharat / state

ଆଧାର କାର୍ଡ ସଂଯୋଗ ନହେବାରୁ 35 ହିତାଧିକାରୀଙ୍କ ଚାଉଳ ବନ୍ଦ - ନବରଙ୍ଗପୁର ଜିଲ୍ଳାପରିଷଦ ଅଧ୍ୟକ୍ଷା

ଆଧାର କାର୍ଡ ସଂଯୋଗ ନ ହୋଇଥିବାରୁ ମିଳୁନି ଚାଉଳ । ଜିଲ୍ଳାପରିଷଦ ଅଧ୍ୟକ୍ଷାଙ୍କ ନିକଟରେ ଫେରାଦ ହେଲେ ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ପଞ୍ଚାୟତର 35 ହିତାଧିକାରୀ ।

ଡିଜାଇନ ଫଟୋ

By

Published : Oct 28, 2019, 10:09 PM IST

ନବରଙ୍ଗପୁର: ମିଳୁନି ଚାଉଳ । ତିନି ମାସ ହେବ ଚାଉଳ ବନ୍ଦ । ଆଧାର କାର୍ଡ ସଂଯୋଗ ନ ହୋଇଥିବାରୁ ଜାଲ ରାସନ କାର୍ଡ କହି ଫେରାଇ ଦେଉଛନ୍ତି ଡିଲର । ଯାହାର ସମାଧାନ ପାଇଁ ନବରଙ୍ଗପୁର ଜିଲ୍ଳାପରିଷଦ ଅଧ୍ୟକ୍ଷାଙ୍କୁ ଭେଟିଛନ୍ତି ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ପଞ୍ଚାୟତର 35 ହିତାଧିକାରୀ ।

ଆଧାର କାର୍ଡ ସଂଯୋଗ ନହେବାରୁ ଚାଉଳ ବନ୍ଦ, ନବରଙ୍ଗପୁର ଜିଲ୍ଳାପରିଷଦ ଅଧ୍ୟକ୍ଷାଙ୍କୁ ଫେରାଦ ହେଲେ ହିତାଧିକାରୀ

ହିତାଧିକାରୀଙ୍କ କହିବାନୁଯାୟୀ, ଗତ ତିନି ମାସ ପୂର୍ବରୁ ପଞ୍ଚାୟତ ଯୋଗାଣ ସହାୟକ ହିତାଧିକାରୀଙ୍କ ରାସନ କାର୍ଡ ସହ ଆଧାର କାର୍ଡ ସଂଯୋଗ ହୋଇନାହିଁ ତେଣୁ ଏହା ଜାଲ କାର୍ଡ ବୋଲି କହି ଚାଉଳ ନ ଦେଇ ଫେରାଇ ଦେଇଥିଲେ । ଯେଉଁଥିପାଇଁ ସେମାନେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟରେ ଅନେକ ଥର ଅଭିଯୋଗ କରିଥିଲେ ।

ହେଲେ ସେଠାରେ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଜିଲ୍ଲାପରିଷଦ ଅଧ୍ୟକ୍ଷାଙ୍କ ନିକଟରେ ସେମାନେ ଫେରାଦ ହୋଇଛନ୍ତି । ସେପଟେ ହିତାଧିକାରୀଙ୍କ ଅଭିଯୋଗ ନେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହାସହ ସେମାନଙ୍କୁ ଯଥାଶୀଘ୍ର ଚାଉଳ ମିଳିବା ନେଇ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details