ଓଡିଶା

odisha

ETV Bharat / state

ନବରଙ୍ଗପୁରରେ ରଥଯାତ୍ରା ପ୍ରସ୍ତୁତି ବୈଠକ, ଶାନ୍ତିଶୃଙ୍ଖଳାକୁ ବିଶେଷ ଗୁରୁତ୍ବ - nabrangpur

ରଥଯାତ୍ରା ପାଇଁ ନବରଙ୍ଗପୁରର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହଇଛି । ନବରଙ୍ଗପୁର ଏସପି ନିତିନ ତୁଗୁଡ଼ୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

By

Published : Jul 3, 2019, 9:30 PM IST

ନବରଙ୍ଗପୁର: ରାତି ପାହିଲେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏନେଇ ନବରଙ୍ଗପୁରର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନବରଙ୍ଗପୁର ଏସପି ନିତିନ ତୁଗୁଡ଼ୁ ଏଥିରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର ସହର ଏକ ଜନଗହଳି ସହର ହୋଇଥିବାରୁ ଏଠାରେ ସବୁବେଳେ ଟ୍ରାଫିକ ସମସ୍ୟା ଲାଗି ରହିଥାଏ । ତେଣୁ ଜିଲ୍ଲା ପୋଲିସ ପ୍ରଶାସନକୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଏବଂ ଟ୍ରାଫିକ ସମସ୍ୟା ଦୂର କରିବା କୌଣସି ଚ୍ୟାଲେଞ୍ଜ ଠାରୁ କମ୍‌ ହୋଇନଥାଏ । ତେବେ ଏହି ପରିପ୍ରେକ୍ଷୀରେ ଭକ୍ତମାନେ କିପରି ରଥଯାତ୍ରାରେ ଶାନ୍ତି ଶୃଙ୍ଖଳାରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିପାରିବେ ଏବଂ ଶାନ୍ତିରେ ରଥ ଟାଣିବେ । ସେ ନେଇ ଏହି ବୈଠକରେ ଆଲୋଚନା ହୋଇଛି । ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ସମସ୍ତ ପୋଲିସ କର୍ମଚାରୀଙ୍କୁ ଠିକ ଭାବେ ନିଜ କର୍ତ୍ତବ୍ୟ ତୁଲାଇବାକୁ ଜିଲ୍ଲା ଆରକ୍ଷୀ ଅଧିକାରୀ ପରାମର୍ଶ ଦେଇଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details