ନବରଙ୍ଗପୁର:କୋରୋନା ଛଡାଇନେଲା ରଜ ମଉଜ । ମହାମାରୀ କୋରନା ଯୋଗୁଁ ନବରଙ୍ଗପୁରରେ ଫିକା ପଡିଯାଇଛି ପବିତ୍ର ରଜ ପର୍ବ । ଚଳିତ ବର୍ଷ ମଧ୍ୟ୍ କୋରୋନା ସବୁ ମଉଜ ଛଡାଇ ନେଇଛି l
କୋରୋନା ଛଡାଇ ନେଲା ରଜ ମଉଜ, କଟକଣା ଯୋଗୁଁ ଫିକା ପଡିଲା ପହିଲି ରଜ
ମହାମାରୀ କୋରୋନା ଯୋଗୁଁ ନବରଙ୍ଗପୁରରେ ଫିକା ପଡିଯାଇଛି ରଜ ପର୍ବ । ଚଳିତ ବର୍ଷ କୋରୋନା ରଜର ସବୁ ମଉଜ ଛଡାଇ ନେଇଛି l ଅଧିକ ପଢନ୍ତୁ...
ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରା ବିଶ୍ବ ଦରବାରରେ ବେଶ ପରିଚିତ । ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳିତ ହୋଇଥାଏ । ସେଥିମଧ୍ୟରୁ ରଜ ପର୍ବ ଅନ୍ୟତମ । ତେବେ ଗତ ଦୁଇବର୍ଷ ହେବ ମହାମାରୀ କୋରୋନା ପାଇଁ ସବୁକିଛି ବିଗିଡି ଯାଇଛି । ଲୋକମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଥିବାବେଳେ ସମସ୍ତ ପର୍ବପର୍ବାଣି ଫିକା ପଡିଛି । ଆଜି ହେଉଛି ପହିଲି ରଜ ବିଶେଷ କରି ଝିଅ ମାନଙ୍କ ଆଜି ଖୁସିର ଦିନ । ଏହି ଉପଲକ୍ଷେ ଆଜି ଝିଅ ମାନେ ନୂତନ ବସ୍ତ୍ର ପରିଧାନ କରିବା ସହ ପାଦରେ ଅଳତା, ମେହେନ୍ଦୀ ଲଗାଇ ନିଜକୁ ସୁସଜ୍ଜିତ କରି ସମସ୍ତ ଦୁଃଖ କଷ୍ଟ ଭୁଲି ପିଠା, ପଣା, ମିଠା ପାନ ଖାଇ ଦୋଳି ଖେଳିଛନ୍ତି l ନିଜ ନିଜର ଘରେ ଅଳ୍ପ ସଂଖ୍ୟକ ସଦସ୍ୟଙ୍କ ମଧ୍ୟରେ ରଜ ଗୀତ ଗାଈ ଦୋଳି ଖେଳି ନବରଙ୍ଗପୁରର କୋଡିଙ୍ଗା ଠାରେ ପାଳନ କରିଛନ୍ତି ରଜ ପର୍ବ l
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ