ନବରଙ୍ଗପୁର: ଘର ମୁହଁରେ ହିତାଧିକାରୀଙ୍କ ଜମି ପଟ୍ଟା ଯୋଗାଇ ଦେବା ଲକ୍ଷ୍ୟ ରଖି ସ୍ଥାନୀୟ ତହସିଲ କାର୍ଯ୍ୟାଳୟଠାରେ ରାଜସ୍ବ ରଥ ଉଦଘାଟିତ ହୋଇଯାଇଛି । ନବରଙ୍ଗପୁର ଉପଜିଲ୍ଲାପାଳ ଭାସ୍କର ରଇତ ଓ ନବରଙ୍ଗପୁର ତହସିଲଦାର ରବୀନ୍ଦ୍ର ରାଉତ ଅନୁଷ୍ଠାନିକ ଭାବେ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି।
ଘର ଦୁଆରେ ମିଳିବ ଜମି ପଟ୍ଟା, ନବରଙ୍ଗପୁରରେ ଉଦଘାଟିତ ହେଲା ପ୍ରଥମ ରାଜସ୍ବ ରଥ - nabarangapur news
ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲାରେ ଘର ମୁହଁରେ ହିତାଧିକାରୀଙ୍କ ଜମି ପଟ୍ଟା ଯୋଗାଇ ଦେବା ଲକ୍ଷ୍ୟ ରଖି ସ୍ଥାନୀୟ ତହସିଲ କାର୍ଯ୍ୟାଳୟଠାରେ ରାଜସ୍ବ ରଥ ଉଦଘାଟିତ ହୋଇଯାଇଛି । ଅଧିକ ପଢନ୍ତୁ...
ନବରଙ୍ଗପୁରରେ ପ୍ରଥମ ରାଜସ୍ବ ରଥ ଉଦଘାଟିତ, ହିତାଧିକାରୀଙ୍କୁ ଘରକୁ ଘର ବୁଲି ପଟ୍ଟା ବାଣ୍ଟୁଛି ବିଭାଗ
କୋରୋନା ସଂକ୍ରମଣ କାଳରେ ସାଧାରଣ ଲୋକଙ୍କୁ ସରଳୀକରଣ ମାଧ୍ୟମରେ ପଟ୍ଟା ପ୍ରଦାନ କରିବା ପାଇଁ ରାଜସ୍ବ ବିଭାଗ ଏଭଳି ପ୍ରୟାସ କରିଛି । ଜିଲ୍ଲାରେ ପ୍ରଥମ କରି ନବରଙ୍ଗପୁର ତହସିଲରେ ଏହା ଉଦଘାଟନ ହୋଇଥିବାବେଳେ ପର୍ଯ୍ୟାୟକ୍ରମେ ଜିଲ୍ଲାର ୧୦ ଟି ତହସିଲରେ ଏଭଳି ବ୍ୟବସ୍ଥା କରାଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି l ନବରଙ୍ଗପୁର ତହସିଲ ଅଧିନସ୍ଥ ୧୦ଟି ଆରଆଇ ସର୍କଲରେ ୫୭ ଜଣ ହିତାଧିକାରୀଙ୍କୁ ଘରକୁ ଘରକୁ ଯାଇ ପଟ୍ଟା ବଣ୍ଟନ କରୁଛି ନବରଙ୍ଗପୁର ତହସିଲ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ