ଓଡିଶା

odisha

By

Published : Dec 17, 2020, 11:59 AM IST

ETV Bharat / state

ଜୟପୁର-ନବରଙ୍ଗପୁର ନୂତନ ରେଳପଥ ନିର୍ମାଣ ପାଇଁ ଖୁବ ଶୀଘ୍ର ହେବ ଜମି ଅଧିଗ୍ରହଣ

କେନ୍ଦ୍ର ସରକାରଙ୍କର ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ଜୟପୁର-ନବରଙ୍ଗପୁର ନୂତନ ରେଳପଥ ନିର୍ମାଣ ପାଇଁ ଏକ ସମୀକ୍ଷା ବୈଠକ ମିଶନ ଶକ୍ତି ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ୪୫ ଦିନ ମଧ୍ୟରେ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

୪୫ ଦିନ ମଧ୍ୟରେ  ଆରମ୍ଭ ହେବ ଜମି ଅଧିଗ୍ରହଣ କାର୍ଯ୍ୟ
୪୫ ଦିନ ମଧ୍ୟରେ ଆରମ୍ଭ ହେବ ଜମି ଅଧିଗ୍ରହଣ କାର୍ଯ୍ୟ

ନବରଙ୍ଗପୁର: କେନ୍ଦ୍ର ସରକାରଙ୍କର ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ଜୟପୁର-ନବରଙ୍ଗପୁର ନୂତନ ରେଳପଥ ନିର୍ମାଣ ପାଇଁ ଏକ ସମୀକ୍ଷା ବୈଠକ ମିଶନ ଶକ୍ତି ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଅଧ୍ୟକ୍ଷତା କରିଥିଲେ।

ନୂତନ ରେଳପଥ ପାଇଁ ରାଜ୍ୟ ସରକାର ମାଗଣା ଜମି ଯୋଗାଇ ଦେବେ ବୋଲି ପ୍ରତିଶୃତିବଦ୍ଧ ଥିବାବେଳେ ଜମି ଅଧିଗ୍ରହଣକାର୍ଯ୍ୟ ଆରମ୍ଭ ହୋଇନାହିଁ । ଆସନ୍ତା ୪୫ ଦିନ ମଧ୍ୟରେ ଜମି ଅଧିଗ୍ରହଣ ପାଇଁ ଆବଶ୍ୟକ କର୍ମଚାରୀ ନିୟୋଜିତ କରାଯିବ। ଜନଶୁଣାଣି କାର୍ଯ୍ୟକ୍ରମ ମଧ୍ୟ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଛି। ଏହି ରେଳପଥ ୪୧.୩୫ କିମି ଦୂରତା ହେବ। ସେଥିମଧ୍ୟରୁ ନବରଙ୍ଗପୁର ଜିଲ୍ଲା ମଧ୍ୟରେ ୧୧ କି.ମି ରହିବ। ଏନେଇ ୭୪୭.୯୧ କୋଟି ଟଙ୍କା ବ୍ୟୟ ମଞ୍ଜୁର ହୋଇଛି।

ନବରଙ୍ଗପୁର ଜିଲ୍ଲାର ଡାଇଭଟା, ନବରଙ୍ଗପୁର, ଗାଦବାଗୁଡା, ପଡାଲଗୁଡା ଅଞ୍ଚଳର ୧୪୯.୯୨୭ ଘରୋଇ ଜମି ଓ ସରକାରୀ ଜମି ୫.୪୧୮ ଏକର ଅଧିଗ୍ରହଣ ହେବ। ମୋଟ ୧୫୫.୩୪୫ ଏକର ଜମି ଅଧିଗ୍ରହଣ ହେବ। ଏନେଇ ମ୍ୟାପ ପ୍ରସ୍ତୁତ ହୋଇ ସାରିଛି। ବଡ ଧରଣର ପୋଲ ୯ ଗୋଟି, ଛୋଟପୋଲ ୫୧ଟି ଓ ୨ଟି ଷ୍ଟେସନ ରହିବ ବୋଲି ସୂଚନା ଦିଆଯାଇଛି।

ନବରଙ୍ଗପୁର ଜିଲ୍ଲାରେ ଜମିଅଧିଗ୍ରହଣ ପାଇଁ ତୁରନ୍ତ କାର୍ଯ୍ୟ ଆରମ୍ଭ ହେବ। କର୍ମଚାରୀ ଅଭାବ ଦେଖା ଦେଇଥିବାରୁ ଜିଲ୍ଲାର କେତେକ କର୍ମଚାରୀଙ୍କୁ ନିୟୋଜିତ କରାଯିବ। କୋରାପୁଟ ଜିଲାରୁ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରତିନିଧିତ୍ୱ କରିଥିବା ଜୟପୁର ଉପଜିଲ୍ଲାପାଳ ବୈଠକରେ ଯୋଗ ଦେଇଥିଲେ।

କୋରାପୁଟ ଜିଲ୍ଲାରୁ କେତେ ଜମି ଅଧିଗ୍ରହଣ ହୋଇଛି ତାହା ଉପରେ ମଧ୍ୟ ସେ ବିସ୍ତୃତ ଉପସ୍ଥାପନା କରିଛନ୍ତି । ପରବର୍ତ୍ତୀ ବୈଠକ ସାଂସଦଙ୍କ ଅଧ୍ୟକ୍ଷତାରେ କୋରାପୁଟ ଜିଲ୍ଲାରେ ୨୦୨୧ ଫେବୃୟାରୀ ଶେଷ ସପ୍ତାହରେ ହେବ। ଏହି ବୈଠକରେ ମାଲକାନଗିରି ଜିଲ୍ଲାର ଅଧିକାରୀ ମଧ୍ୟ ଯୋଗ ଦେବେ। ମାଲକାନଗିରି ଜିଲ୍ଲାର ମଧ୍ୟ ରେଳପଥ ପ୍ରକଳ୍ପ ସାମିଲ ହୋଇଛିି। ଏନେଇ ସାଂସଦ ଶ୍ରୀ ମାଝୀ କହିଥିଲେ ଯେ କୋଭିଡ ପାଇଁ ରେଳପଥ ସମୀକ୍ଷା ବୈଠକ ସ୍ଥଗିତ ରହିଥିଲା।


୨୦୧୬-୧୭ ଅଧିକ ବର୍ଷରୁ ଏହି ପ୍ରକଳ୍ପ ଅନୁମୋଦିତ ହୋଇ ସାରିଛି। ଯେତେଶୀଘ୍ର ଜମି ଅଧିଗ୍ରହଣ ହେବ ସେତେଶୀଘ୍ର କାମ ଆରମ୍ଭ ହେବ ବୋଲି କହିଛନ୍ତି। ଏହି ବୈଠକରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଜିଲ୍ଲାପାଳ ଅଜିତ୍‍ କୁମାର ମିଶ୍ର, ଜୟପୁର ଉପଜିଲ୍ଲାପାଳ ହେମକାନ୍ତ ସେ, ଇଷ୍ଟକୋଷ୍ଟ ଜଗଦଲପୁର ଡିଭିଜନର ଏସ.ଏସ.ଇ. (ୱାର୍କ) ଏସ.ଗୋପାଲୁଡୁ, ଦନ୍ତେୱାଡା ଇଷ୍ଟକୋଷ୍ଟ (ବାଣିଜ୍ୟ)ପ୍ରବନ୍ଧକ ଟି.ଭି.ରାମଣା, ନବରଙ୍ଗପୁରର ଅତିରିକ୍ତ ଜିଲ୍ଲାପାଳ ନିମାଇଁ ଚରଣ ସୂତାର, ଉପଜିଲ୍ଲାପାଳ ଭାଷ୍କର ରଇତ ନନ୍ଦାହାଣ୍ଡି ଓ ନବରଙ୍ଗପୁର ତହସିଲଦାର ପ୍ରମୂଖ ଯୋଗ ଦେଇଥିିଲେ।


ନବରଙ୍ଗପୁରରୁ ତପନ କୁମାର ବିଶୋୟୀ, ଇଟିଭି ଭାରତ

ABOUT THE AUTHOR

...view details