ନବରଙ୍ଗପୁର : ସରକାରୀ ଫାଇଲ ଅନୁସାରେ ରାଜ୍ୟରେ ୨୦୧୬ ମସିହାରୁ ୫୦୫୦ ଜଣ ନାବାଳିକା ଓ ନାବାଳକ ନିଖୋଜ ଅଛନ୍ତି। ଏବେ ମଧ୍ୟ ଏହି ନିଖୋଜ ଘଟଣା କମିବା ଅପେକ୍ଷା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆଉ ରାଜ୍ୟ ସରକାର ଏବଂ ପୋଲିସ ପ୍ରଶାସନ ପରୀ ଭଳି ଅନେକ ନିଖୋଜ ପୀଡ଼ିତାଙ୍କ ପରିବାରଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି ।
ଏପରି ଅଭିଯୋଗ ନେଇ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଖୁବଶୀଘ୍ର ପରୀକୁ ନ୍ୟାୟ ଦେବାପାଇଁ ଆଜି(ସୋମବାର) ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ସ୍ଲୋଗାନ ଦେଇ ଧାରଣାରେ ବସିଥିଲେ।