ନବରଙ୍ଗପୁର:ଗାଁର ଉନ୍ନତି ପାଇଁ ସରକାର ମାଳ ମାଳ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଠିକାଦାର ଓ ଯନ୍ତ୍ରୀର ମଧୁଚନ୍ଦ୍ରିକା ଯୋଗୁଁ ଉନ୍ନତମାନର କାମ ହୋଇ ପାରୁନାହିଁ । ଏଭଳି ଏକ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମରୁ ।
ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା ନବରଙ୍ଗପୁର ପକ୍ଷରୁ ଚନ୍ଦ୍ରପୁର ଗ୍ରାମରେ ନୂତନ କଂକ୍ରିଟ ଖଳା ନିର୍ମାଣ ଯୋଜନା ପାଇଁ ଅଟକଳ ୭ଲକ୍ଷ ୨୦ ହଜାର ଟଙ୍କା ବ୍ୟୟରେ ହୋଇଛି। ହେଲେ ଗ୍ରାମବାସୀ ଏନେଇ ଅଭିଯୋଗ କରିଛନ୍ତି ଠିକା କର୍ମଚାରୀ କିଭଳି ଭାବରେ ନିମ୍ନ ମାନର କାମ କରିଛନ୍ତି । ଭଲ କାମ ପାଇଁ ବିଭାଗୀୟ ଯନ୍ତ୍ରୀ ଓ କର୍ମଚାରୀକୁ ଗ୍ରାମବାସୀ କହିଥିଲେ କିନ୍ତୁ କେହି ଶୁଣିନଥିଲେ ।
ଖୋଲା ନିର୍ମାଣ ପାଇଁ ପ୍ରଥମେ କମ ଗାତ କରି ଚାରିପଟୁ ୱାଲ କରିଥିଲେ। ସେଠାରେ ଛୋଟ ପଥର ନ ଦେଇ ବଡ ବଡ଼ ପଥର ଦେଇଥିଲେ ଗ୍ରାମବାସୀ ଅଭିଯୋଗ କଲେ ମଧ୍ୟ କିଏ ଶୁଣୁନଥିଲେ। କମ ପରିମାଣରେ ସିମେଣ୍ଟ ପଡ଼ିବା ଦ୍ଵାରା ବର୍ଷାରେ ଧୋଇ ହୋଇ ପଥର ବାହାରି ପଡିଛି। ଯାହା ଦ୍ବାରା କି ତାହା କାମରେ ଲାଗି ପାରୁନାହିଁ।