ନବରଙ୍ଗପୁର: ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଗରେ ଜୟ ତେନ୍ତୁଳିଖୁଣ୍ଟି ଗ୍ରୁପ ପକ୍ଷରୁ ଧାରଣା । 5 ଦଫା ଦାବି ନେଇ ଡାକ୍ତରଖାନା ସମ୍ମୁଖରେ ଚାଲିଥିବା ଧାରଣା ତିନି ଦିନରେ ପହଞ୍ଚିଛି । ଡାକ୍ତରଙ୍କ ବଦଳି ଆଦେଶ ବାତିଲ ଏବଂ ମହାପ୍ରୟାଣ ଗାଡ଼ି ତୁରନ୍ତ ଯୋଗେଇବା ଭଳି ଆଉ 5 ଟି ଦାବିକୁ ନେଇ ତିନିଦିନ ହେଲା "ଜୟ ତେନ୍ତୁଳିଖୁଣ୍ଟି ମାନବ ସେବା" ଗ୍ରୁପ ଓ ତେନ୍ତୁଳିଖୁଣ୍ଟି ଅଞ୍ଚଳବାସୀଙ୍କ ପକ୍ଷରୁ ଡାକ୍ତରଖାନା ସମ୍ମୁଖରେ ଧାରଣା ଦିଆଯାଇଛି l
ଦୀର୍ଘ ବର୍ଷ ହେଲା ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ଅନେକ ସମସ୍ୟା ଲାଗି ରହିଥିଲେ ହେଁ ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ଦୃଷ୍ଟି ଦେଉନଥିବାରୁ ଓ ତେନ୍ତୁଳୀଖୁଣ୍ଟି ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଜନ ସାଧାରଣ ଆବଶ୍ୟକୀୟ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନ କାରୀ l ତେଣୁ ପାଞ୍ଚ ଦଫା ଦାବି ନେଇ ଅଞ୍ଚଳବାସୀ ତେନ୍ତୁଳିଖୁଣ୍ଟି ଡାକ୍ତରଖାନା ସମ୍ମୁଖରେ ଧାରଣା ଦେଇଛନ୍ତି ।