ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲାର ଲୋକ ମହୋତ୍ସବ ମଣ୍ଡେଇ 2023 ଆସନ୍ତା ଡିସେମ୍ବର 10 ତାରିଖରୁ ଅନୁଷ୍ଠିତ ହେବ । ଏହି ନାଟକ ମହୋତ୍ସବ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲ୍ଲାର ବେହେରାଗୁଡା ପଡିଆରେ ଅନୁଷ୍ଠିତ ହେବ ହେବ । ଏନେଇ ଜିଲ୍ଲାପାଳଙ୍କ ନେତୃତ୍ବରେ ମଣ୍ଡେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ଡିସେମ୍ବର 11 12,13 ଓ 14 ମଣ୍ଡେଇ ଲୋକ ମହୋତ୍ସବ ଅନୁଷ୍ଠିତ ହେବ । ସେହିପରି ଡିସେମ୍ବର 13 ଓ 14 ଦୁଇ ଦିନ ସ୍ଥାନୀୟ କଳାକାରଙ୍କୁ ନେଇ ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତି ହୋଇଯାଇଛି ।
ଏହା ମଧ୍ୟ ପଢନ୍ତୁ- କନ୍ଧମାଳ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ 'ମହକ' ପାଳିତ
ତେବେ ଏହି ପରିପ୍ରେକ୍ଷୀରେ ଡିସେମ୍ବର ୧ରେ ଝରିଗାଁ ବ୍ଲକ ଚନ୍ଦନଧାରାଠାରୁ ମଣ୍ଡେଇ ମହୋତ୍ସବର ଶୁଭାରମ୍ଭ କରାଯିବା ନେଇ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ବୈଠକରେ ଜିଲ୍ଲାପାଳଙ୍କ ସମେତ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ, ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାୟକ, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ନବରଙ୍ଗପୁର ପୌର ପରିଷଦ ଅଧ୍ୟକ୍ଷ କୁନୁ ନାୟକ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ବୁଦ୍ଧିଜୀବୀ ଓ ଅନ୍ୟ କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ । ସେହିପରି ଗତ ବର୍ଷ ମଣ୍ଡେଇ ମହୋତ୍ସବ ପାଳନ ବେଳେ ଉପୁଜିଥିବା ଟ୍ରାଫିକ ସମସ୍ୟାକୁ ଚଳିତ ବର୍ଷ ଦୂର କରିବା ପାଇଁ ପଦକ୍ଷେପ ନିଆଯିବା ନିମନ୍ତେ ନିଷ୍ପତି ଗ୍ରହଣ କରାଯାଇଛି ।