ନବରଙ୍ଗପୁର :ନବରଙ୍ଗପୁର ଜିଲ୍ଲାର ଲୋକ ମହୋତ୍ସବ ମଣ୍ଡେଇ 2022 ଆସନ୍ତା 10 ତାରିଖରୁ ଆରମ୍ଭ ହେବ । ଏହି ମଣ୍ଡେଇ ନାଟକ ମହୋତ୍ସବ ସ୍ଥାନୀୟ ଶାସ୍ତ୍ରୀ ଭବନ ଠାରେ ହେବ । ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଡଃ କମଳଲୋଚନ ମିଶ୍ର ଏ ସମ୍ପର୍କରେ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ସୂଚନା ପ୍ରଦାନ କରିଛନ୍ତି । ଚଳିତ ମାସ 10, 11 ଓ 12 ତାରିଖରେ ମଣ୍ଡେଇ ଲୋକ ମହୋତ୍ସବ ଅନୁଷ୍ଠିତ ହେବ । ସେହିପରି 10ରୁ 15 ତାରିଖ ପର୍ଯ୍ୟନ୍ତ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହେବ ।
ଚଳିତ ବର୍ଷ ପଲ୍ଲୀଶ୍ରୀ ମେଳାରେ 350ଟି ଷ୍ଟଲ କରାଯାଇଛି । ସେପଟେ ଉଠା ଦୋକାନୀଙ୍କ ପାଇଁ ବିନା ଶୁଳ୍କରେ 160ଟି ଷ୍ଟଲର ବ୍ୟବସ୍ଥା କରାଯାଇଛି । ମଣ୍ଡେଇ ପଡିଆ ଭିତରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ସ୍ଵଚ୍ଛତା ରକ୍ଷା ସକାଶେ 10 ଟି ଶୌଚାଳୟ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ସକାଶେ ଜିଲ୍ଲା ତଥା ଜିଲ୍ଲା ବାହାରୁ ୧୫ଜଣ ସ୍ଵତନ୍ତ୍ର ପୋଲିସ ଅଧିକାରୀ ସହ ୧୫ ପ୍ଳାଟୁନ ସୁରକ୍ଷା କର୍ମୀ, ୨୪ ଗୋଟି CCTV ରେ ସଂପୂର୍ଣ୍ଣ ପଡ଼ିଆକୁ ନଜରରେ ରଖାଯିବ ।