ଓଡିଶା

odisha

ETV Bharat / state

ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ - cot

ରାଜ୍ୟ ଯେତେ ବିକାଶର ଗୁଣଗାନ କରୁଥିଲେ ମଧ୍ୟ ଏବେବି ଖଟିଆରେ ବୁହା ହେଉଛନ୍ତି ଗର୍ଭବତୀ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

By

Published : Jul 4, 2019, 11:28 PM IST


ନବରଙ୍ଗପୁର: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଘ ଡଙ୍ଗରୀ ଗ୍ରାମରେ । ଗାଁକୁ ପକ୍କା ରାସ୍ତାଟିଏ ନଥିବାରୁ ପ୍ରାୟ 2କିଲୋମିଟରରୁ ଅଧିକ ରାସ୍ତା ଖଟିଆରେ ବୁହାହୋଇ ଯାଇଥିଲେ ଗର୍ଭବତୀ ଜଣକ । ସୌଭାଗ୍ୟବଶତଃ ଉଭୟ ମା ଓ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ ଥିବାର ମିଳିଛି ସୂଚନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ବାଘଡଙ୍ଗାରୀ ଗ୍ରାମର ଗଗନ ପୂଜାରୀଙ୍କ ପତ୍ନୀ ଦ୍ରୌପଟି ପୂଜାରୀଙ୍କର ସକାଳ ପ୍ରାୟ 10ଟାବେଳେ ଆରମ୍ଭ ହୋଇଥିଲା ପ୍ରସବ ବେଦନା । ବିଚ୍ଛିନ୍ନାଞ୍ଚଳ ହୋଇଥିବାରୁ ଆମ୍ବୁଲାନ୍ସକୁ 12ଟା ବେଳେ ଫୋନ ଲାଗିଥିଲା, ହେଲେ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ 3ଟାବେଳେ ଆସି ପହଞ୍ଚିଥିଲା ନିକଟସ୍ଥ ଜାମଗୁଡା ଛକରେ । କିନ୍ତୁ ତା ଆଗକୁ ରାସ୍ତା କାଦୁଅମୟ ଥିବାରୁ ସେଠାରେ ଅଟକି ଯାଇଥିଲା ଗାଡି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର


ଶେଷରେ ପରିବାର ଲୋକ ଗର୍ଭବତୀଙ୍କୁ ଖଟିଆରେ ପ୍ରାୟ ଦୁଇ କିଲୋମିଟର ଅତିକ୍ରମ କରି ଆମ୍ବୁଲାନ୍ସ ପାଖରେ ପହଞ୍ଚି ସେଠାରୁ ଝରିଗାଁ ଡାକ୍ତରଖାନାକୁ ନେଇଥିଲେ । ସୂଚନାନୂଯାୟୀ ଦ୍ରୌପଟି ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିବାବେଳେ ଉଭୟ ସୁସ୍ଥ ଥିବା ଜଣାପଡିଛି ।


ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details