ଓଡିଶା

odisha

ETV Bharat / state

ଖରାପ ରାସ୍ତା ପାଇଁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ସାଇକେଲରେ ବୁହା ହେଲେ ଗର୍ଭବତୀ

ରାଜ୍ୟରେ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା। ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରିଲା ନାହିଁ । ରାସ୍ତା ନଥିବା ସାଇକେଲରେ ବୁହାହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଜଣେ ଗର୍ଭବତୀଙ୍କୁ ନିଆଯାଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ସାଇକେଲରେ ବୁହା ହେଲେ ଗର୍ଭବତୀ
ସାଇକେଲରେ ବୁହା ହେଲେ ଗର୍ଭବତୀ

By

Published : Jul 12, 2022, 12:56 PM IST

ନବରଙ୍ଗପୁର:ରାଜ୍ୟରେ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା । ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରିଲା ନାହିଁ । ସାଇକେଲରେ ବୁହାହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଜଣେ ଗର୍ଭବତୀଙ୍କୁ ନିଆଯାଇଥିବା ଦେଖିବାକୁ ମିଳିଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ବଡ଼ ପାଲିଆ ପଞ୍ଚାୟତର ଦିଉଡୁଗୁଡା ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ସାଇକେଲରେ ବୁହା ହେଲେ ଗର୍ଭବତୀ

ସୂଚନାଅନୁସାରେ, ଗ୍ରାମର ଚୈତନ୍ୟ ସାନ୍ତାଙ୍କ ପତ୍ନୀ ରୋଇଲା ସାନ୍ତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ଆଶା ଦିଦିଙ୍କୁ ଖବର ଦେଇଥିଲେ ପରିବାର । ଏହାପରେ ପରିବାରବର୍ଗ ଓ ଆଶା ଦିଦି ୧୦୮ ଓ ୧୦୨ ଗାଡ଼ିକୁ ବାରମ୍ବାର ଫୋନ୍ କରିଥିଲେ ହେଲେ ଗାଁର ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିବାରୁ ଗାଡି ଯିବାକୁ ମନା କରିଥିଲା । ଏହା ସହିତ ଲଗାଣ ବର୍ଷା ମଧ୍ୟ ଲାଗି ରହିଥିଲା । ବର୍ଷା ଯୋଗୁଁ ରାସ୍ତାଟି ଆହୁରି କାଦୁଅ ପଚପଚ ହୋଇଥିଲା । ଚାଲି ଚାଲି ଯିବା ମଧ୍ୟ କଷ୍ଟକର ।

ଉପାୟ ନପାଇ ପରିବାର ଲୋକ ଗର୍ଭବତୀଙ୍କୁ ଦୁଇଟି ସାଇକେଲ ଯୋଡି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ବାଧ୍ୟ ହୋଇଥିଲେ । ବର୍ଷା କରାଣରୁ ସାଇକେଲରେ ପାଲ ବାନ୍ଧି ମହିଳାଙ୍କୁ ଦେଢ଼ କିଲୋମିଟର ଦୂରରେ ଅଟକି ରହିଥିବା ୧୦୨ ଆମ୍ବୁଲାନ୍ସ ଯାଏଁ ନିଆଯାଇଥିଲା। ବର୍ତ୍ତମାନ ଗର୍ଭବତୀଙ୍କୁ ଝରୀଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ରାସ୍ତାର ଏପରି ଅବସ୍ଥା ନେଇ ବାରମ୍ବାର ପ୍ରଶାସନ ପାଖରେ ଗୁହାରି କଲେ ସୁଦ୍ଧା କିଛି ଫଳ ମିଳିନାହିଁ । ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ଗାଁଲୋକ । ସରକାର ସବୁବେଳେ ‘‘ଗାଁ କାମ ମା’କୁ ସମ୍ମାନ’’ କଥା କହୁଥିଲେ ବି ଏଠାରେ ଏହାର ବାସ୍ତବ ଚିତ୍ର କିନ୍ତୁ ଅଲଗା କଥା କହୁଛି।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details