ଓଡିଶା

odisha

By

Published : Aug 13, 2021, 2:24 PM IST

Updated : Aug 13, 2021, 4:17 PM IST

ETV Bharat / state

ହାତ ଛାଡିବେ ନାହିଁ ପ୍ରଦୀପ ମାଝୀ

ପ୍ରଦୀପ ମାଝୀ ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ରାଜନୈତିକ ମହଲରେ ହେଉଛି ଜୋରଦାର ଚର୍ଚ୍ଚା । କିନ୍ତୁ ସବୁ ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି ପ୍ରଦୀପ । ପ୍ରଥମଥର ଏହି ତମାମ ଚର୍ଚ୍ଚା ଉପରେ ମୁହଁ ଖୋଲିଛନ୍ତି ସେ । ଅଧିକ ପଢନ୍ତୁ...

pradip majhi reaction over fake news
କଂଗ୍ରେସ ଛାଡିବେ ନାହିଁ ପ୍ରଦୀପ ମାଝି !

ନବରଙ୍ଗପୁର: କଂଗ୍ରେସ କାର୍ଯ୍ୟକାରୀ ସଭାପତି ପଦରୁ ଇସ୍ତଫା ଦେବେ କି ପ୍ରଦୀପ ମାଝୀ ? ହାତ ଛାଡି ଶଙ୍ଖ ଫୁଙ୍ଖିବେ କି ପ୍ରଦୀପ ! ଆଗକୁ ନବରଙ୍ଗପୁରରେ ଆୟୋଜିତ ହେବ ବିଜେଡି ସମାବେଶ। ଆଉ ଏହି ସମାବେଶରେ ପ୍ରଦୀପ ମାଝୀ ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ରାଜନୈତିକ ମହଲରେ ହେଉଛି ଜୋରଦାର ଚର୍ଚ୍ଚା । କିନ୍ତୁ ସବୁ ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି ପ୍ରଦୀପ । ପ୍ରଥମଥର ଏହି ତମାମ ଚର୍ଚ୍ଚା ଉପରେ ମୁହଁ ଖୋଲିଛନ୍ତି ସେ ।

ଏହି ଚର୍ଚ୍ଚାକୁ ଗୁଜବ କହିବା ସହ ଖବରର ସତ୍ୟତା ନାହିଁ ବୋଲି ‘ଇଟିଭି ଭାରତ’କୁ କହିଛନ୍ତି ପ୍ରଦୀପ । କଂଗ୍ରେସ ଦଳ ଛାଡିବା ଖବର ଭିତ୍ତିହୀନ ଅଟେ । ଏଥିରେ କୌଣସି ସତ୍ୟତା ନାହିଁ । ସେ ଦଳୀୟ ସଂଗଠନ ପାଇଁ କାମ କରୁଥିବା କହିଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବାକୁ ଲାଗି ପଡିଛନ୍ତି । ତେଣୁ ଏସବୁ ଚର୍ଚ୍ଚା ଭିତ୍ତିହୀନ ଓ ଗୁଜବ । ଆଗକୁ ବି ଜନସେବା ଜାରି ରଖିବି ବୋଲି କହିଛନ୍ତି ପ୍ରଦୀପ ।

ହାତ ଛାଡିବେ ନାହିଁ ପ୍ରଦୀପ ମାଝୀ

କଣ ଥିଲା ଚର୍ଚ୍ଚା ?

ଆଗକୁ ବିଜେଡି ନବରଙ୍ଗପୁରରେ ବିଜେଡି ସମାବେଶ କରିବ ଯେଉଁଥିରେ ପ୍ରଦୀପ ସାମିଲ ହୋଇପାରନ୍ତି । ପ୍ରଦୀପଙ୍କ ନିକଟତମ ମହଲରୁ ଏ ଚର୍ଚ୍ଚା ହେଉଥିବା କୁହାଯାଉଥିଲା ।

ସୂଚନା ଥାଉକି, ବର୍ତ୍ତମାନ ପ୍ରଦୀପ ରାଜ୍ୟ କଂଗ୍ରେସର ପିସିସି କାର୍ଯ୍ୟକାରୀ ସଭାପତି ଭାବେ କାର୍ଯ୍ୟ କରୁଛନ୍ତି । ଗତ କିଛି ବର୍ଷ ହେଲା ପ୍ରଦୀପ ରାଜ୍ୟ କଂଗ୍ରେସର ଜଣେ ଚର୍ଚ୍ଚିତ ଦକ୍ଷ, ଉଚ୍ଚ ଶିକ୍ଷିତ ନେତା ଭାବେ ଉଭା ହୋଇଛନ୍ତି । ଲଗାତାର ରାଜ୍ୟ ସରକାରଙ୍କୁ ପ୍ରଦୀପ ବିଭିନ୍ନ ପ୍ରସଙ୍ଗରେ ଘେରିବାରେ ଲାଗିଛନ୍ତି । ନିକଟରେ ମାଲକାନଗିରି ବେଆଇନ ଖଣି ଟେଣ୍ଡରକୁ ନେଇ ଜିଲ୍ଲାପାଳଙ୍କୁ ଟାର୍ଗେଟ କରି ରାଜ୍ୟ ସରକାରଙ୍କୁ କାଠଗଡାକୁ ଟାଣିଥିଲେ ପ୍ରଦୀପ । ଶେଷରେ ଟେଣ୍ଡର ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ ସରକାର । ଏତଦ ବ୍ୟତୀତ ପ୍ରଦୀପ ରାଜ୍ୟର ଆଦିବାସୀ ଜନଜାତି ଲୋକଙ୍କ ପାଇଁ ସବୁବେଳେ କାମ କରୁଛନ୍ତି । ପ୍ରଦୀପଙ୍କ ପ୍ରଭାବ ଖାଲି ନବରଙ୍ଗପୁର ନୁହେଁ ଦକ୍ଷିଣ ଓଡିଶା ସମେତ ପଶ୍ଚିମ ଓଡିଶାରେ ମଧ୍ୟ ରହିଛି । ଯାହା କଂଗ୍ରେସ ପାଇଁ ବଡ ସମ୍ପଦ ।

ପ୍ରଦୀପ ମାଝୀ ନବରଙ୍ଗପୁର ଲୋକସଭା ଆସନରୁ ୨୦୦୯ରେ ଲଢି ୩୦ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ । କିନ୍ତୁ ୨୦୧୪ ଓ ୨୦୧୯ରେ ନିର୍ବାଚନରେ ସେ ହାରିଯାଇଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Last Updated : Aug 13, 2021, 4:17 PM IST

ABOUT THE AUTHOR

...view details