ଓଡିଶା

odisha

ETV Bharat / state

6 ଆଦିବାସୀ ଜିଲ୍ଲାରୁ ଡାକ୍ତର ବଦଳି ପ୍ରସଙ୍ଗ; ଗର୍ଜିଲେ ପ୍ରଦୀପ ମାଝୀ - ପ୍ରଦୀପ ମାଝୀ

ଗଞ୍ଜାମରେ ସ୍ବାସ୍ଥ୍ୟ ସେବା ସୁଧାରିବାକୁ ଯାଇ ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ କନ୍ଧମାଳ ସମେତ 6ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରୁ 100 ଜଣ ଡାକ୍ତରଙ୍କୁ ବଦଳି କରାଯାଇଛି । ଯାହା କୋରୋନା ମହାମାରୀ ସମୟରେ ଆଦିବାସୀ ଜନତାଙ୍କ ପ୍ରତି ବିଶ୍ବାସ ଘାତକତା ଓ ଅନ୍ୟାୟ ବୋଲି ଅଭିଯୋଗ କରିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ।

nabarangpur latest news, pradeep majhi targets state government, pradeep majhi, transfer of doctors from tribal districts, ନବରଙ୍ଗପୁର ଲାଟେଷ୍ଟ ନ୍ୟୁଜ୍‌, ରାଜ୍ୟ ସରକାରଙ୍କ ପ୍ରଦୀପ ମାଝୀଙ୍କ ଟାର୍ଗେଟ, ପ୍ରଦୀପ ମାଝୀ, ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଡାକ୍ତର ବଦଳୀ
6 ଆଦିବାସୀ ଜିଲ୍ଲାରୁ ଡାକ୍ତରଙ୍କ ବଦଳୀ ପ୍ରସଙ୍ଗ; ଗର୍ଜିଲେ ପ୍ରଦୀପ ମାଝୀ

By

Published : Jul 17, 2020, 5:53 PM IST

ନବରଙ୍ଗପୁର: ରାଜ୍ୟରେ କୋରୋନା ସଂକ୍ରମଣର ମାତ୍ରା ବଢି ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଭୟାବହ ହେବାରେ ଲାଗିଛି ସ୍ଥିତି । ଏମିତିରେ ଗଞ୍ଜାମରେ ସ୍ବାସ୍ଥ୍ୟ ସେବା ସୁଧାରିବାକୁ ଯାଇ ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ କନ୍ଧମାଳ ସମେତ 6ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରୁ 100 ଜଣ ଡାକ୍ତରଙ୍କୁ ବଦଳି କରାଯାଇଛି । ଯାହା କୋରୋନା ମହାମାରୀ ସମୟରେ ଆଦିବାସୀ ଜନତାଙ୍କ ପ୍ରତି ବିଶ୍ବାସ ଘାତକତା ଓ ଅନ୍ୟାୟ ବୋଲି ଅଭିଯୋଗ କରିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ।

6 ଆଦିବାସୀ ଜିଲ୍ଲାରୁ ଡାକ୍ତରଙ୍କ ବଦଳୀ ପ୍ରସଙ୍ଗ; ଗର୍ଜିଲେ ପ୍ରଦୀପ ମାଝୀ

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳମାନଙ୍କରେ ଡାକ୍ତରଙ୍କ ଅଭାବ ରହିଥିବା ବେଳେ ସ୍ବାସ୍ଥ୍ୟସେବାର ସୁବିଧା ପହଞ୍ଚାଇବା ଅତି ଜରୁରୀ ବିଷୟ । ଏମିତିରେ ଆଦିବାସୀଙ୍କ କଥା ଭୁଲି ନିଜ ନିର୍ବାଚନ ମଣ୍ଡଳୀରେ ଜନତାଙ୍କ ସ୍ବାର୍ଥ ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ପ୍ରଦୀପ ବିରୋଧ କରିଛନ୍ତି । ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରୁ ଡାକ୍ତରଙ୍କୁ ବଦଳି ନକରି କେବଳ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରୁ କାହିଁକି ଏତେ ସଂଖ୍ୟକ ଡାକ୍ତରଙ୍କୁ ବଦଳି କରାଯାଉଛି ବୋଲି ମଧ୍ୟ ପ୍ରଦୀପ ପ୍ରଶ୍ନ କରିଥିଲେ । ଏପରି କରି ରାଜ୍ୟ ସରକାର ଆଞ୍ଚଳିକ ବୈଷମ୍ୟ ଭାବ ସୃଷ୍ଟି କରୁଥିବା ମଧ୍ୟ ପ୍ରଦୀପ ଅଭିଯୋଗ କରିଥିଲେ ।

ନିଜ ସୁବିଧା ଓ ଅଧିକାର ପାଇବା ପାଇଁ ଆଦିବାସୀ ଜନତାମାନେ ରାଜ୍ୟ ସରକାରଙ୍କ ଉପରେ ବିଶ୍ବାସ ଦେଖାଇଥିବା ବେଳେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସେଇ ନିରୀହ ଜନତାଙ୍କ ପାଇଁ ବିଶ୍ବାସଘାତକ ବୋଲି ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ ଆକ୍ଷେପ କରିଛନ୍ତି । ସେ ରାଜ୍ୟ ସରକାରଙ୍କୁ ଖୋଲାଖୋଲି ଚେତାବନୀ ଦେଇ ଏହା ମଧ୍ୟ କହିଛନ୍ତି କି ଆଗାମୀ ଜୁଲାଇ 31 ସୁଦ୍ଧା ଯଦି ସମ୍ପୃକ୍ତ ଅଞ୍ଚଳର ଡାକ୍ତରମାନଙ୍କ ବଦଳି ଆଦେଶ ସ୍ଥଗିତ ନ କରାଯାଏ ତେବେ ସେହି 6ଟି ଜିଲ୍ଲାରେ କଂଗ୍ରେସ ଆନ୍ଦୋଳନ ଜୋରଦାର କରିବ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details