ଓଡିଶା

odisha

ETV Bharat / state

ଚାଷୀଙ୍କ ସୁବିଧା ପାଇଁ ନବରଙ୍ଗପୁରରେ ଗଡିଲା ପ୍ରଚାର ରଥ

ଖରିଫ ଧାନମଣ୍ଡିରେ ସୁବିଧାରେ ଧାନ ବିକ୍ରି ପାଇଁ ନବରଙ୍ଗପୁରରେ ଗଡିଲା ପ୍ରଚାର ରଥ। ଚାଷୀମାନେ କୌଣସି ବି ଅସୁବିଧା ହେଲେ ସଙ୍ଗେ ସଙ୍ଗେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିପାରିବେ। ଅଧିକ ଖବର ପଢନ୍ତୁ...

prachara-ratha-inaugurated
ଚାଷୀଙ୍କ ସୁବିଧା ପାଇଁ ନବରଙ୍ଗପୁରରେ ଗଡିଲା ପ୍ରଚାର ରଥ

By

Published : Nov 26, 2019, 1:10 PM IST

Updated : Nov 26, 2019, 1:24 PM IST

ନବରଙ୍ଗପୁର: ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ପ୍ରଚାର ରଥର ଉଦଘାଟନ ହୋଇଯାଇଛି। ନବରଙ୍ଗପୁର ଜିଲ୍ଳାପାଳ ଡକ୍ଟର ଅଜିତ କୁମାର ମିଶ୍ର ସବୁଜ ପତାକା ଦେଖାଇ ଏହି ପ୍ରଚାର ଗାଡିକୁ ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ସମସ୍ତ ଚାଷୀ ଯେପରି ଉଚିତ ମୂଲ୍ୟରେ ଓ ସୁରୁଖୁରୁରେ ଧାନ ବିକ୍ରି କରି ପାରିବେ ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ।

ଚାଷୀଙ୍କ ସୁବିଧା ପାଇଁ ନବରଙ୍ଗପୁରରେ ଗଡିଲା ପ୍ରଚାର ରଥ

ଚାଷୀ ମାନଙ୍କ କୌଣସି ଅସୁବିଧା ହେଲେ ସଙ୍ଗେ ସଙ୍ଗେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଜିଲ୍ଲାପାଳ ଡ଼ଃ ମିଶ୍ର ସମସ୍ତ ଚାଷୀଙ୍କୁ ଅନୁରୋଧ କରିଛନ୍ତି। ଏହି ପ୍ରଚାର ରଥ ନବରଙ୍ଗପୁର ଜିଲ୍ଲାର ୧୩ଟି ଲେମ୍ପ ଓ ୫୪ଟି ମଣ୍ଡିରେ ପ୍ରଚାର କରିବ ବୋଲି ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଅବକାଶ ବେହେରା କହିଛନ୍ତି।

ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଭାସ୍କର ରୋଇତ,ମିଲର ସଂଘ ସଭାପତି ପିଣ୍ଟୁ ତ୍ରିପାଠୀ, ଆଶିଷ ପଟ୍ଟନାୟକ,ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ବେବର୍ତ୍ତା,ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ,ଇଟିଭି ଭାରତ

Last Updated : Nov 26, 2019, 1:24 PM IST

ABOUT THE AUTHOR

...view details