ନବରଙ୍ଗପୁର: ଉମରକୋଟରେ ଆଜି (ଗୁରୁବାର) ପ୍ରଶାସନ ପକ୍ଷରୁ ପଲିଥିନ ବ୍ୟବହାରକୁ ନେଇ ବିଭିନ୍ନ ଦୋକାନ ମାନଙ୍କରେ ଚଢାଉ କରାଯାଇଛି । ଏହି ଚଢାଉରେ ମୋଟ 1 କ୍ବିଣ୍ଟାଲ 7 କିଲୋଗ୍ରାମ ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀ ଜବତ କରାଯାଇଥିବା ବେଳେ 27 ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ।
ଏହି ଚଢାଉରେ ବ୍ୟବସାୟୀ ଏସ ଏନ ପାତ୍ର ଓ ମୁକେଶ ଅଗ୍ରୱାଲଙ୍କ ଠାରୁ ମୋଟ 1 କୁଇଣ୍ଟାଲ 7କେଜି ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀ ଜବତ ସହ 27 ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ଉପଜିଲ୍ଲାପାଳଙ୍କ ଭାସ୍କର ରାଇତାଙ୍କ ନେତୃତ୍ଵରେ କରାଯାଇଥିବା ଏହି ଚଢାଉରେ ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଉପେନ୍ଦ୍ର ଦୀପ ଓ ଉମରକୋଟ ପୋଲିସ ଉପସ୍ଥିତ ଥିଲେ ।