ନବରଙ୍ଗପୁର: ନବରଙ୍ଗପୁରରେ ଛାତ୍ରଙ୍କ ପଲିଥିନ ମୁକ୍ତ ବାର୍ତ୍ତା । କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ଏମ. କେରାଗାଁ ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ର ଦେବୀ ପ୍ରସାଦ ମିର୍ଗାନଙ୍କ ନିଆରା ବାର୍ତ୍ତା । ସୁରଭି-୨୦୧୯ କାର୍ଯ୍ୟକ୍ରମରେ ପଲିଥିନମୁକ୍ତ ବିଷୟରେ ସଂଗୀତ ପରିବେଷଣ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।
ପଲିଥିନ ପାଇଁ ଗୀତ ଗାଇ ଚର୍ଚ୍ଚାରେ ଛାତ୍ର
ନବରଙ୍ଗପୁର ଜିଲ୍ଲାର ଛାତ୍ର ଦେବୀ ପ୍ରସାଦ ମିଶ୍ର ପଲିଥିନମୁକ୍ତ ବାର୍ତ୍ତା ଦେଇଛନ୍ତି । ସୁରଭି 2019 କାର୍ଯ୍ୟକ୍ରମ ମାଧ୍ୟମରେ ଗୀତ ପରିବେଷଣ କରି ଚର୍ଚ୍ଚାରେ ଏବଂ ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଫଟୋ ସୌଜନ୍ୟ : ସମ୍ବାଦଦାତା, ନବରଙ୍ଗପୁର
ଶିଶୁ ମହୋତ୍ସବ ସୁରଭି -2019 କାର୍ଯ୍ୟକ୍ରମରେ ଦେବୀ ପ୍ରସାଦ ଏହି ବାର୍ତ୍ତା ଦେଇଛନ୍ତି । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ପଲିଥିନ ବ୍ୟବହାର ଦ୍ଵାରା ଆମ ପରିବେଶ ଦୂଷିତ ହେବା ସହ ଆମ ଦୈନନ୍ଦିନ ଜୀବନରେ କ’ଣ କ’ଣ କ୍ଷତି କରୁଛି ତାହା ଏହି ସଙ୍ଗୀତରେ ବର୍ଣ୍ଣନା କରିଛନ୍ତି । ତାଙ୍କର ଏହି ନିଆରା ଢ଼ଙ୍ଗରେ ସଙ୍ଗୀତ ପରିବେଷଣ ମାଧ୍ୟମରେ ସମାଜକୁ ଦେଇଥିବା ବାର୍ତ୍ତାରେ ସେ ଜିଲ୍ଲାବାସୀଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ