ନବରଙ୍ଗପୁର: ଆସନ୍ତାକାଲି ପଞ୍ଚାୟତ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ ହେବ । ଏଥିପାଇଁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଦ୍ଵିତୀୟ ପର୍ଯ୍ୟାୟରେ ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକରେ ନିର୍ବାଚନ ଅନୁଷ୍ଠିତ ହେବ ।
ସେହିପରି ନନ୍ଦାହାଣ୍ଡି ବ୍ଲକର ଦୁଇଟି ଜିଲ୍ଲା ପରିଷଦ ଆସନ ଏବଂ ତେନ୍ତୁଳିଖୁଣ୍ଟି ବ୍ଲକର ଦୁଇଟି ଆସନ ପାଇଁ ନିର୍ବାଚନ ହେବ । ସେହିଭଳି ୧୧ଟି ପଞ୍ଚାୟତ ମଧ୍ୟରୁ ୧୦ଟି ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ନିର୍ବାଚନ କରାଯିବ । ତେବେ ବି.ମାଳିଗୁଡ଼ାର ପଞ୍ଚାୟତର ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବାରୁ ସେଠାରେ ସରପଞ୍ଚ ନିର୍ବାଚନକୁ ସ୍ଥଗିତ ରଖାଯାଇଛି ।