ନବରଙ୍ଗପୁର:ଜଙ୍ଗଲରୁ ମିଳିଲା ବନ୍ଧୁକ ସହ 200 ଗୁଳି । ବନବିଭାଗ କର୍ମଚାରୀ ଆସୁଥିବା ଦେଖି ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ବଡ଼ଖୁନା ଜଙ୍ଗଲରେ ଘଟିଛି ଏହି ଘଟଣା । ଦୁର୍ବୃତ୍ତ ମାନେ ଫେରାର ହୋଇଯାଇଥିବା ବେଳେ ଜଙ୍ଗଲରୁ ଏକ ଦେଶୀ ବନ୍ଧୁକ,୨୦୦ ଶହ ଗୁଳି ଓ 500 ଗ୍ରାମ ବାରୁଦ ୫୦୦ ଜବତ କରାଯାଇଛି ।
ନବରଙ୍ଗପୁରରୁ ଦେଶୀ ବନ୍ଧୁକ ଓ ଗୁଳି ଜବତ, ଦୁର୍ବୃତ୍ତ ଫେରାର - ନବରଙ୍ଗପୁର ଜଙ୍ଗଲରୁ ଅସ୍ତ୍ରଶସ୍ତ୍ର ଜବତ
କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା ବନବିଭାଗର ବଡ଼ଖୁନା ଜଙ୍ଗଲ ପରିସରରେ କୋଷାଗୁମୁଡ଼ା ବନ କର୍ମଚାରୀମାନେ ଚାରା ରୋପଣ ପାଇଁ ଗାତ ଖୋଳୁ ଥିଲେ, ହଠାତ ଜଙ୍ଗଲ ଭିତରୁ ଦୁଇ ରାଉଣ୍ଡ ଗୁଳି ଫୁଟିବା ଶବ୍ଦ ଶୁଣି ତୁରନ୍ତ ଜଙ୍ଗଲ ମଧ୍ୟକୁ ଯାଇଥିଲେ
Gun seized in Nabarangpur
ସୂଚନା ଅନୁଯାୟୀ, ବଡ଼ଖୁନା ଜଙ୍ଗଲ ପରିସରରେ କୋଷାଗୁମୁଡ଼ା ବନ କର୍ମଚାରୀମାନେ ଚାରା ରୋପଣ ପାଇଁ ଗାତ ଖୋଳୁଥିଲେ, ହଠାତ୍ ଜଙ୍ଗଲ ଭିତରୁ ଦୁଇ ରାଉଣ୍ଡ ଗୁଳି ଫୁଟିବା ଶବ୍ଦ ହୋଇଥିଲା । ବନରକ୍ଷୀ ଟଗର ମଣି ସମରଥ ତୁରନ୍ତ କୋଡ଼ିଙ୍ଗା ବନାଞ୍ଚଳ ଅଧିକାରୀ କାମେଶ୍ୱର ଆଚାରୀ, ଫରେଷ୍ଟର ପ୍ରଶାନ୍ତ କୁମାର ପାଢୀ, ଫରେଷ୍ଟର ଚନ୍ଦ୍ରଦାସ ନାଗଙ୍କ ନିର୍ଦ୍ଦେଶ ଅନୁସାରେ ଜଙ୍ଗଲ ମଧ୍ୟକୁ ଯାଇ ଦେଖିଲେ ଦୁଇ ଜଣ ବ୍ୟକ୍ତି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି ।
ଇଟିଭି ଭାରତ, ନବରଙ୍ଗପୁର