ନବରଙ୍ଗପୁର: ମାଓ ଇଲାକାରେ ପୋଲିସ ଜନ ସମ୍ପର୍କ ଶିବିର କାର୍ଯ୍ୟକ୍ରମ । ନବରଙ୍ଗପୁର ପୋଲିସ ବିଭାଗ ଦ୍ଵାରା ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଞ୍ଚାୟତର ଭାଲୁ ଝର ଗ୍ରାମଠାରେ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଜନ ସମ୍ପର୍କ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପ୍ରାୟ 1000ରୁ ଊର୍ଦ୍ଧ୍ବ ଲୋକେ ସାମିଲ ହୋଇଥିଲେ ।
ମାଓ ଇଲାକାରେ ପୋଲିସ ଜନ ସମ୍ପର୍କ ଶିବିର - ପୋଲିସ ଜନ ସମ୍ପର୍କ ଶିବିର
ମାଓ ଇଲାକାରେ ପୋଲିସ ଜନ ସମ୍ପର୍କ ଶିବିର କାର୍ଯ୍ୟକ୍ରମ । ପୋଲିସ ସହ ଜନତାଙ୍କ ସୁସମ୍ପର୍କ ରଖିବା କାର୍ଯ୍ୟକ୍ରମର ମୁଖ୍ୟ ଆହ୍ବାନ ଥିଲା। ଅଧିକ ପଢ଼ନ୍ତୁ
ପୋଲିସ ସହ ଜନତାଙ୍କ ସୁସମ୍ପର୍କ ରଖିବା କାର୍ଯ୍ୟକ୍ରମର ମୁଖ୍ୟ ଆହ୍ବାନ ଥିଲା । ପ୍ରଶାସନ ସହ ହାତ ମିଳାଇ ବିକାଶ ମୂଳକ କାର୍ଯ୍ୟ କରିବା ପୋଲିସକୁ ସହଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଅତିଥି ଭାବେ ପାପଡାହାଣ୍ଡି ଏସଡ଼ିଭିଓ ଆଦିତ୍ୟ ସେନ, ଥାନା ଅଧିକାରୀ, ପୁରୁଣା ଥାନା ଅଧିକାରୀ,ଏସଆଇ, ଏସଆଇ , ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭୋଜିଭାତ ହୋଇଥିଲା । ପୋଲିସ ପ୍ରଶାସନ ପକ୍ଷରୁ ଗ୍ରାମର ଲୋକଙ୍କୁ ମଶାରୀ, ଶାଢ଼ୀ ଓ ପିଲାଙ୍କୁ ବହି ଖାତା ଆଦି ବଣ୍ଟନ କରାଯାଇଥିଲା । ଏପରି କାର୍ଯ୍ୟକୁ ଗ୍ରାମବାସୀମାନେ ପ୍ରଶଂସା କରିବା ସହିତ ଧନ୍ୟବାଦ ଜଣାଇଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ