ଓଡିଶା

odisha

ETV Bharat / state

ପୋଲିସ ଡିଜିଙ୍କ ନବରଙ୍ଗପୁର ଗସ୍ତ, ଆଇନ ଶୃଙ୍ଖଳାର କଲେ ସମୀକ୍ଷା - ଆଇନ ଶୃଙ୍ଖଳାର କଲେ ସମୀକ୍ଷା ଅଭୟ

ପୋଲିସ ଡିଜି ଅଭୟଙ୍କ ଦିନିକିଆ ଗସ୍ତରେ ନବରଙ୍ଗପୁର ଆଦର୍ଶ ଥାନା ଏସପି ଅଫିସ ବୁଲି ଦେଖିବା ପରେ ପୋଲିସ ଅଧିକାରୀଙ୍କ ସହ କୋଭିଡ କଟକଣା ଓ ଛତିଶଗଡ଼ ସୀମାନ୍ତ ଅଞ୍ଚଳ ଗୁଡିକର ସ୍ଥିତି ଓ ନକ୍ସଲ ପ୍ରଭାବ ଆଦି ଉପରେ ସମୀକ୍ଷା କରିଥିଲେ । ଅଧିକ ପଢନ୍ତୁ...

ପୋଲିସ ଡିଜିଙ୍କ ନବରଙ୍ଗପୁର ଗସ୍ତ, ଆଇନ ଶୃଙ୍ଖଳାର କଲେ ସମୀକ୍ଷା
ପୋଲିସ ଡିଜିଙ୍କ ନବରଙ୍ଗପୁର ଗସ୍ତ, ଆଇନ ଶୃଙ୍ଖଳାର କଲେ ସମୀକ୍ଷା

By

Published : May 15, 2021, 8:39 PM IST

ନବରଙ୍ଗପୁର:ଆଜି(ଶନିବାର) ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସି ଫେରିଛନ୍ତି ପୋଲିସ ଡିଜି ଅଭୟ । ଡିଜିଙ୍କ ଦିନିକିଆ ଗସ୍ତରେ ସେ ନବରଙ୍ଗପୁର ଆଦର୍ଶ ଥାନା,ଏସପି ଅଫିସ ବୁଲି ଦେଖିବା ପରେ ପୋଲିସ ଅଧିକାରୀ ମାନଙ୍କ ସହ କୋଭିଡ କଟକଣା ଓ ଛତିଶଗଡ଼ ସୀମାନ୍ତ ଅଞ୍ଚଳ ଗୁଡିକର ସ୍ଥିତି ନକ୍ସଲ ପ୍ରଭାବ ଆଦି ଉପରେ ସମୀକ୍ଷା କରିଥିଲେ ।

ପୋଲିସ ଡିଜିଙ୍କ ନବରଙ୍ଗପୁର ଗସ୍ତ, ଆଇନ ଶୃଙ୍ଖଳାର କଲେ ସମୀକ୍ଷା

କୋଭିଡର ଏହି ଜଟିଳ ପରିସ୍ଥିତିରେ ପୋଲିସର କାର୍ଯ୍ୟଶୈଳୀ କିଭଳି ରହିଛି ସେ ବିଷୟରେ ଆଲୋଚନା କରିବା ପରେ ନବରଙ୍ଗପୁର ଜିଲ୍ଲା ପୋଲିସର କାର୍ଯ୍ୟକୁ ନେଇ ନବରଙ୍ଗପୁର ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସନ୍ତୁଷ୍ଟ ଥିବା ପ୍ରକାଶ କରିଥିଲେ ।

ନବରଙ୍ଗପୁର ଜିଲ୍ଲା ଏକ ନକ୍ସଲ ପ୍ରବଣ ଜିଲ୍ଲା ହୋଇଥିଲେ ମଧ୍ୟ ଜିଲ୍ଲାରେ ନକ୍ସଲଙ୍କ ଏତେଟା ପ୍ରଭାବ ନଥିବା କହିବା ସହିତ ନକ୍ସଲ ମାନଙ୍କୁ ହିଂସା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆହ୍ୱାନ କରିଥିଲା । ଡିଜିଙ୍କ ଏହି ଦିନିକିଆ ଗସ୍ତରେ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଡିଜିଙ୍କ ସହ ଡ଼ାଇରେକ୍ଟର ଇଣ୍ଟେଲିଜେନ୍ସ, ଆଇଜି ଆଇନ ଶୃଙ୍ଖଳା ସମୀକ୍ଷା ପାଇଁ ଆସିଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details