ଓଡିଶା

odisha

ETV Bharat / state

ଗିରଫ ହେଲେ ୪୨୦ କିରାଣୀ, ଚଞ୍ଚକତା କରି ଲୁଟି ନେଇଥିଲେ ୧କୋଟିରୁ ଊର୍ଦ୍ଧ୍ବ ଟଙ୍କା

ଛତିଶଗଡ଼ରୁ ଗିରଫ ହେଲେ ନବରଙ୍ଗପୁରର 420 କିରାଣୀ ଚନ୍ଦନା ମଣ୍ଡଳ । ସେ ଚଞ୍ଚକତା କରି ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଲୁଟି ନେଇଥିବା ହୋଇଥିଲା ଅଭିଯୋଗ । ଅଧିକ ପଢନ୍ତୁ...

By

Published : Oct 19, 2021, 7:11 PM IST

ଗିରଫ ହେଲେ ୪୨୦ କିରାଣୀ, ଚଞ୍ଚକତା କରି ଲୁଟି ନେଇଥିଲେ ୧କୋଟିରୁ ଊର୍ଦ୍ଧ୍ବ ଟଙ୍କା
ଗିରଫ ହେଲେ ୪୨୦ କିରାଣୀ, ଚଞ୍ଚକତା କରି ଲୁଟି ନେଇଥିଲେ ୧କୋଟିରୁ ଊର୍ଦ୍ଧ୍ବ ଟଙ୍କା

ନବରଙ୍ଗପୁର:ଶେଷରେ ଧରା ପଡ଼ିଲେ ମିସ୍ ୪୨୦ କିରାଣୀ ଚନ୍ଦନା ମଣ୍ଡଳ । ଗତ ୬ ମାସ ଧରି ପୋଲିସ ଆଖିରେ ଚକମା ଦେଇ ଫେରାର ଥିବା ବେଳେ ତାଙ୍କୁ ଛତିଶଗଡ଼ରୁ ଗିରଫ କରିଛି ନବରଙ୍ଗପୁର ପୋଲିସ । ସେ ଚଞ୍ଚକତା କରି ୧ କୋଟି ୪୫ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା ।

ଗିରଫ ହେଲେ ୪୨୦ କିରାଣୀ, ଚଞ୍ଚକତା କରି ଲୁଟି ନେଇଥିଲେ ୧କୋଟିରୁ ଊର୍ଦ୍ଧ୍ବ ଟଙ୍କା

ଜିଲ୍ଲା ତହସିଲ କାର୍ଯ୍ୟାଳୟରେ ଗତ ମେ ମାସରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଥିଲା ଏବଂ ଏହାର କର୍ପଟଦାର ଥିଲେ ଏହି ମହିଳା କିରାଣୀ ଚନ୍ଦନା । ଏନେଇ ଡାବୁଗାଁ ଥାନା କେସ ନଂ ୯୪/୨୧ରେ ଏକ ମାମଲା ରୁଜୁ ହୋଇଥିଲା ଏବଂ ସବଇନ୍ସପେକ୍ଟର ଚନ୍ଦ୍ରଭାନୁ ମହାନ୍ତି ମାମଲାର ତଦନ୍ତ କରୁଥିଲେ । ଘଟଣାରେ ୧ କୋଟିରୁ ୪୫ଲକ୍ଷ ଟଙ୍କାର ହେରଫେର ହୋଇଥିଲା । ଏଥିରେ ତହସିଲ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟିକା ଚନ୍ଦନା ମଣ୍ଡଳ ସମ୍ପୃକ୍ତି ଥିବା ନେଇ ଏତଲାରେ ଦର୍ଶାଯାଇଥିଲା ।

ଗତ ମେ ମାସରେ ଏହି ଘଟଣାର ତଦନ୍ତ ପାଇଁ ଡାବୁଗାଁ ପୋଲିସ ତାଙ୍କୁ ଡାକି ପଚରାଉଚରା କରୁଥିବା ସମୟରେ ସେ ହଠାତ ଅଚେତ ହେବାର ଅଭିନୟ କରିଥିଲେ । ଏହି କାରଣରୁ ତୁରନ୍ତ ତାଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବିଶାଖପାଟନାର ଏକ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରଯାଇଥିଲା । ପୋଲିସର ତଦନ୍ତ ଚାଲିଥିବା ସମୟରେ ନିଜକୁ ଅସୁସ୍ଥ ରହିଥିବା ଦର୍ଶାଇ କୌଣସି କ୍ରମେ ସେ ସେଠାରୁ ସେ ଖସି ଚାଲି ଯାଇଥିଲେ ।

ଘଟଣାର ୬ ମାସ ପରେ ନବରଙ୍ଗପୁର ଥାନା ପୋଲିସ ଓ ଡାବୁଗାଁ ଥାନା ପୋଲିସ ମିଳିତ ଭାବେ ସୋମବାର ସନ୍ଧ୍ୟା ସମୟରେ ଅଚାନକ ତାଙ୍କ ସ୍ଵାମୀଙ୍କ ଡ଼ାବୁଗାଁ ଠାରେ ରହିଥିବା ଗାଡି ମୋଟର ପାର୍ଟ ଦୋକାନ ଉପରେ ଚଢାଉ କରି ୧ ଲକ୍ଷ ୮ ହଜାର ୬ ସହ ୫୦ ଟଙ୍କା ଜବତ କରିବା ସହ ୩ଟି ମୋବାଇଲ ଫୋନ ଓ କିଛି କାଗଜପତ୍ର ଜବତ କରିଥିଲେ । ଜବତ କରିବା ସମୟରେ ନବରଙ୍ଗପୁର ଥାନା IIC ତାରିକ ଅହମ୍ମଦ, ଡାବୁଗାଁ ଥାନା IIC ସୁରେନ୍ଦ୍ର କୁମାର ବେହୁରିଆ ଉପସ୍ଥିତ ଥିଲେ । ମାମଲାର ତଦନ୍ତକାରୀ ଅଧିକାରୀ ଜବତ ଟଙ୍କା ଓ ସାମଗ୍ରୀକୁ ନେଇ ଅଧିକ ତନାଘନା କରାଯିବ ପରେ ତାଙ୍କୁ ଛତିଶଗଡ଼ର ଇଟାଭଟା ଗ୍ରାମରୁ ଗିରଫ କରିବାରେ ସଫଳ ହୋଇଛି ନବରଙ୍ଗପୁରର ଏହି ଟିମ୍ ।

କିରାଣୀଙ୍କର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟଙ୍କୁ ପୋଲିସ ଫ୍ରିଜ କରିଥିବା ଏବଂ ସେଥିରୁ ବର୍ତ୍ତମାନ ସୁଦ୍ଧା ୨୭ ଲକ୍ଷ ଟଙ୍କା ଆଦାୟ କରାଯାଇଥିବା ବେଳେ ଆଗକୁ ମଧ୍ୟ ତାଙ୍କର ଅନ୍ୟ କେଉଁ କେଉଁ ବ୍ୟାଙ୍କରେ ଆକାଉଣ୍ଟ ଅଛି ସେନେଇ ତଦନ୍ତ ଚାଲୁଥିବା ନେଇ ନବରଙ୍ଗପୁର SP ସୂଚନା ଦେଇଛନ୍ତି । ବ୍ୟାଙ୍କ ଆକାଉଣ୍ଟ ବିଷୟରେ ତଥ୍ୟ ହାସଲ କରିବା ପାଇଁ ସମସ୍ତ ବ୍ୟାଙ୍କକୁ ତାଙ୍କ ପାନକାର୍ଡ ଓ ଆଧାର କାର୍ଡ ପଠାଯାଇଥିବା SP ସୂଚନା ଦେଇଛନ୍ତି । ଏହି ଟଙ୍କାରେ ସେ କ'ଣ ସବୁ ସମ୍ପତ୍ତି କିଣିଛନ୍ତି ସେ ନେଇ ଅଧିକ ତଥ୍ୟ ହାସଲ କରାଯାଉଥିବା ସହ ତାଙ୍କ ଦୁର୍ନୀତିରେ ଅନ୍ୟ କେଉଁମାନେ ଜଡ଼ିତ ଅଛନ୍ତି ସେନେଇ ତଦନ୍ତ ଚାଲିଛି । ସେମାନଙ୍କୁ ଖୁବଶୀଘ୍ର ତଦନ୍ତ ପରିସରଭୁକ୍ତ କରାଯିବା ନେଇ ଏସପି ପ୍ରେସମିଟରେ ସୂଚନା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details