ନବରଙ୍ଗପୁର: ୨୦୧୭ ନବରଙ୍ଗପୁର ନାବାଳିକା ଦୁଷ୍କର୍ମ ମାମଲା(Nabarangpur Rape Case)ର ଶୁଣାଣି କଲେ ପୋକ୍ସୋ କୋର୍ଟ(Pocso Court) । ମାମଲାରେ ଦୁଷ୍କର୍ମକାରୀକୁ ଆଜୀବନ ସଜ୍ଜା ଶୁଣାଇଛନ୍ତି ଅଦାଲତ ।
POCSO: ନାବାଳିକାକୁ ଦୁଷ୍କର୍ମ ମାମଲାରେ ଦୋଷୀକୁ ଆଜୀବନ ଜେଲ - ନବରଙ୍ଗପୁର ପୋକ୍ସୋ ଅଦାଲତ
୨୦୧୭ ନବରଙ୍ଗପୁର ନାବାଳିକା ଦୁଷ୍କର୍ମ ମାମଲା (Nabarangpur Rape Case)ର ଦୋଷୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ(Pocso Court) । ଅଧିକ ପଢନ୍ତୁ
ସୂଚନା ଅନୁଯାୟୀ ଜୁଲାଇ ୧୭, 2017ରେ ନବରଙ୍ଗପୁରର ନାବାଳିକା ଜଣକ ଖେଳୁଥିବା ସମୟରେ ଡାକି ନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ଏନେଇ ଥାନାରେ ମାମଲା ପରେ ଅଭିଯୁକ୍ତ ସୁକଦେବ ହରିଜନକୁ ଗିରଫ କରିଥିଲା ପୋଲିସ । ମାମଲା ବିଚାରଧୀନ ଥିବାବେଳେ ଗତକାଲି(ଶୁକ୍ରବାର) ଶେଷ ଶୁଣାଣି କରିଛନ୍ତି ଅଦାଲତ । ୧୮ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଅଦାଲତ ସୁକଦେବକୁ ଦୋଷୀ ସାବ୍ୟସ୍ଥ କରିବା ସହ ଆଜୀବନ ଦଣ୍ଡାଦେଶ ଦେଇଛନ୍ତି ।ଏଥିସହ ୧୦ ହଜାର ଜରିମାନା ପକାଇଛନ୍ତି । ଅନ୍ୟପଟେ ପୀଡିତ ନାବାଳିକାକୁ ୫ ଲକ୍ଷର କ୍ଷତିପୂରଣ ଯୋଗାଇ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ